ସଦାଇପାଲିରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସଦାଇପାଲି କ୍ଳଷ୍ଟର ସ୍ତରୀୟ “ସୁରଭି-୨୦୨୫” କ୍ଳଷ୍ଟର ବିଦ୍ୟାଳୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସଦାଇପାଲିରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ବି.ଇ.ଓ. ବଲାଙ୍ଗିର ନୀଳମଣି ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ, ସମ୍ମାନୀତ ଅତିଥିଭାବେ ତେଜରାଜ କୁମ୍ଭାର, (ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୀର ମୁଣ୍ଡା, ପ୍ର.ଶି.), କ୍ଳଷ୍ଟର ସି.ଆର୍.ସି. ନିରାକାର ସାଏ ଏବଂ ସଭାପତି ଭାବେ କ୍ଳଷ୍ଟର ସ୍କୁଲ ପ୍ର.ଶି. ପ୍ରେମାନନ୍ଦ ପଣ୍ଡା କାର୍ଯ୍ୟବହନ କରିଥିବାବେଳେ କ୍ଳଷ୍ଟର ସ୍କୁଲ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତିରାଣୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ସୁରଭି କାର୍ଯ୍ୟକ୍ରମରେ କ୍ଳଷ୍ଟର୍ ର ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀମାନେ ସହଯୋଗ କରି କାର୍ଯ୍ୟକ୍ରମଟିର ସଫଳ ରୂପାୟନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ମାଧିଆପାଲି ଜି.ୟୁ.ପି.ଏସ୍. ର ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ, ବିଭିନ୍ନ ବିଷୟରେ ଅନେକ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କ୍ଳଷ୍ଟର ସି.ଆର.ସି.ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିବାବେଳେ, କ୍ଳଷ୍ଟର ପ୍ର.ଶି.ସଭାସାଙ୍ଗ ଘୋଷଣା କରିଥିଲେ ।

Leave A Reply

Your email address will not be published.