oom

ସନ୍ଧିସର ସ୍କୁଲରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତ ସନ୍ଧିସର ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଠାରେ ଅଶୁର୍ଲା କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ବାଗଦେବୀ ସରସ୍ୱତୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସିଆର୍‌ସିସି ହରପ୍ରସାଦ ମାଝୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଯୁବ ଆଦିବାସୀ ନେତା ତଥା କପିଲାଭଟା ପଂଚାୟତର ସମିତି ସଭ୍ୟ କେଦାର ଭୋଇ, ମୁଖ୍ୟବକ୍ତା ଭାବେ ସମାଜସେବୀ ଜିତେନ୍ଦ୍ର ହଂସ, ସମ୍ମାନୀୟ ଅତିଥି ଭାବେ ସରପଂଚ ତୁଲସେ ଭୋଇ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ଭୂମିଦାତା ଲମ୍ବୋଦର ହଂସ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିଲୋଚନ ବେହେରା, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ହୋଲି ନାଗ, କପିଲାଭଟା ହାଇସ୍କୁଲର ସହକାରୀ ଶିକ୍ଷକ ବରୁଣ କୁମାର ବାରିକ, ୱାର୍ଡ ମେମ୍ବର ନିଲେନ୍ଦ୍ରୀ ତାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଶିକ୍ଷକ ଦୁଷ୍ମନ୍ତ ଭୋଇ, ଭୀଷ୍ମଶଙ୍କର ଭୋଇ, କିଶୋର ଚନ୍ଦ୍ରମାଝୀ, ରୁପଧର ସାହୁ, ଟଙ୍କଧର ବିଶ୍ୱାଲ କ୍ଲଷରର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ବକ୍ତୃତା, ଚିତ୍ରାଙ୍କନ, ବିତର୍କ, ପ୍ରବନ୍ଧ ଲିଖନ, କୁଇଜ୍‌, ଚିତ୍ରକଳା, ଶିଳ୍ପକଳା ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

jittmm
Leave A Reply

Your email address will not be published.