କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୨୩’

ଚନ୍ଦନଭାଟି, (କେପିଏନ୍‌ଏସ୍‌) : କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୨୩’ ଚନ୍ଦନଭାଟି ଗ୍ରାମ ପଞ୍ଚାୟତ ଅଧିନସ୍ଥ ସିନ୍ଦୁରବାହାଲ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚନନ୍ଦନଭାଟି ଗ୍ରାମ ପଞ୍ଚାୟତ ଓ ମିର୍ଦ୍ଧାପାଲି ଗ୍ରାମ ପଞ୍ଚାୟତର ସମସ୍ତ ୧୬ ଗୋଟି ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି ସମାରୋହରେ ଚନ୍ଦନଭାଟି ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ସଙ୍ଗିତା ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ପୁରସ୍କାର ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବରେ ମିର୍ଦ୍ଧାପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ନାୟକ ଓ ସମ୍ମାନିତ ଅତିଥି ଭାବେ ସିଆର୍‌ସି ବେଣୁଧର ମାଝୀ ଓ ବଲାଙ୍ଗିର ବ୍ଲକର ପୂର୍ବତନ ଚେୟାରମେନ ସୁଶାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସିନ୍ଦୁରବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରତିଭା ଦାସଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.