ଛୁଆଲିଉଦରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୨ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛୁଆଲିଉଦରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୨ ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ୧୧ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ତାଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀ, ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରତନ ଧରୁଆ, କ୍ଲଷ୍ଟରର ସଂଯୋଜକ ରଘୁମଣି ସାହୁ ଯୋଗ ଦେଇଥିଲେ । ବୁଦ୍ଧଦେବ ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମାଝୀ ଶିଶୁମାନଙ୍କ ଶୁପ୍ତ ପ୍ରତିଭା ବିକାଶ କିପରି କରିପାରିବେ ସେ ଦିଗରେ ଉତ୍ସାହିତ କରିଥିଲେ । ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ବଣ୍ଟନ କରାଯାଇଥିଲା । ବସନ୍ତ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ । ଖଇରାପଡା, ଛୁଆଲିଉଦର, ଡାଙ୍ଗବାହାଲ, ଗଭରା, ପଣ୍ଡରିପାଣି, ସୁଲିଆମାଲ, ଖୁରିପାଣି, ଠେଲକୋଛାପର, ଗୁଞ୍ଚାଡିହି, ଈଶ୍ୱରଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଏବଂ ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦାନ କରି ସହଯୋଗ କରିଥିଲେ ।

Leave A Reply

Your email address will not be published.