ଯୁବ ବ୍ୟବସାୟୀ ସୁନିଲ ଅଗ୍ରୱାଲଙ୍କ ହୃଦଘାତରେ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ବିଶିଷ୍ଟ ବ୍ୟବସାୟୀ ସୁନୀଲ ଅଗ୍ରୱାଲ(୪୩)ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ଶ୍ରୀ ଅଗ୍ରୱାଲ ପାଇକମାଲ ମୁଖ୍ୟ ଛକ ସାମନାରେ ପାନ ମସଲା ହୋଲସେଲ ଦୋକାନ କରିଥିଲେ । ଗତ ମଙ୍ଗଳବାର ଦିନ ସକାଳୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ଚିକିତ୍ସା ପାଇଁ ପଦ୍ମପୁର ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ଦେଖି ମୃତ ଘୋଷଣା କରିଥିଲେ । ସୁନିଲ ଅଗ୍ରୱାଲ ଜଣେ ପରୋପକାରୀ, ଭଦ୍ର ଓ ମେଳାପୀ ବ୍ୟକ୍ତି ଭାବେ ପାଇକମାଲ ଅଞ୍ଚଳର ବେଶ୍ ପରିଚିତ ଥିଲେ । ତାଙ୍କର ଦେହାନ୍ତ ପଛରେ ପତ୍ନୀ ଭାବନା ଅଗ୍ରୱାଲ, ପୁଅ କିସନ ଅଗ୍ରୱାଲ ଏବଂ ଝିଅ, ଭାଇ ଓ ପରିବାରବର୍ଗଙ୍କୁ ଛାଡି ଚାଲିଯାଇଛନ୍ତି । ଶବସଂସ୍କାରରେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବଡପୁଅ କିସନ ଅଗ୍ରୱାଲ ମୁଖାଗ୍ନି ଦେଇଥିଲେ । ତାଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.