ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ୍ ସୋଢା ଗ୍ରାମରେ ୬ ବର୍ଷର ଶିଶୁ କନ୍ୟାକୁ ଧର୍ଷଣ ସହ ପଥରରେ ମୁଣ୍ତକୁ ଛେଚି ହତ୍ୟା କରିଥିବା ଅଭିଯୁକ୍ତ ପ୍ରଶାନ୍ତ ବରିହାକୁ ବରଗଡ ପସ୍କୋ କୋର୍ଟରେ ମଙ୍ଗଳବାର ମାଜିଷ୍ଟ୍ରେଟ ଫାସିଦଣ୍ଡ ଦେବାପାଇଁରାୟ ଶୁଣାଇଛନ୍ତି । ଖବର ପାଇ ସୋଢା ଗ୍ରାମବାସୀ ମାଜିଷ୍ଟ୍ରେଟଙ୍କୁ ଧନ୍ୟବାଦ ଦେବାସହ ଦୋଷୀକୁ ଉଚିତ ଦଣ୍ଡ ମିଳିଛି ବୋଲି କହିଛନ୍ତି । ସରପଞ୍ଚ ଦିଲ୍ଲୀପ କୁମାର ବେହେରା ମଧ୍ୟ ଅଭିଯୁକ୍ତକୁ ଯେମିତି ଦଣ୍ଡ ମିଳିବା କଥା ମିଳିଛି ଏବଂ ଉଚିତ ନ୍ୟାୟ ବିଚାର କରାଯାଇଛି ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି । ଏନେଇ ପୀଡିତାର ମାତା ଜାନକୀଙ୍କୁ ପଚାରିବାରୁ ସେ କାନ୍ଦି କାନ୍ଦି ଆଜି ମୋର ଛୋଟ ଝିଅକୁ ଅତ୍ୟାଚାର କରି ମାରିଥିବା ଦୋଷୀକୁ ଉପଯୁକ୍ତ ଦଣ୍ଡ ମିଳିଛି ଯେଉଁଦିନ ତାକୁ ଫାସୀ ଦିଆଯିବ ସେଦିନ ମୋର ଝିଅର ଆତ୍ମାକୁ ଓ ମୋତେ ଶାନ୍ତି ମିଳିବ ବୋଲି କହିଛନ୍ତି । ସେହିପରି ପୀଡିତାଙ୍କ ବାପା ଉପେନ୍ଦ୍ରଙ୍କୁ ପଚାରିବାରୁ କାନ୍ଦି କାନ୍ଦି କିଛି କହିପାରିନଥିଲେ । ପ୍ରକାଶ ଥାଉକି ଗତ୧୫ ନଭେମ୍ବର ୨୦୨୪ ଅପରାହ୍ନରେ ପ୍ରଶାନ୍ତ ବରିହା (୨୧) ସୋଢା ଗ୍ରାମର ୬ବର୍ଷର ଝିଅକୁ ମାଛମାରି ଯିବା ବାହାନାରେ ଡାକି ନେଇ ନିକଟସ୍ଥ ପଠାରୀ ଡୁଙ୍ଗୁରୀ ଜଙ୍ଗଲକୁ ନେଇ ଅମାନୁଶିକ ଭାବେ ଧର୍ଷଣ କରି ମୁଣ୍ତକୁ ପଥରରେ ଛେଚି ବେଲ୍ଟକୁ ତଣ୍ଟିରେ ଭିଡି ଜଙ୍ଗଲରେ ଫିକି ଦେଇଥିଲା । ପରିବାର ଲୋକ ଝିଅକୁ ନପାଇ ପ୍ରଶାନ୍ତକୁ ଧରି ଖୋଜା ଖୋଜି କରି ଜଙ୍ଗଲରୁ ମୃତ ଶିଶୁକୁ ପାଇଥିଲେ । ପାଇକମାଳ ପୋଲିସ ଘଟଣା ସ୍ଥଳକୁ ଯାଇ ପ୍ରଶାନ୍ତ ବରିହାକୁ ଗିରଫ କରି ଥାନାକୁ ଆଣିଥିଲେ । ଏନେଇ କେସ ନମ୍ବର ୨୮୮ ଧାରା ୧୪୦ (୧), ୧୦୩, ୬୫ (୨) ବିଏନଏସ ମାମଲା ରୁଜୁ କରି ଅଭିଯୁକ୍ତକୁ ବରଗଡ ପସ୍କୋ କୋର୍ଟକୁ ପଠାଇ ଥିଲେ । ଆଜି ଏହି ମାମଲାର ରାୟ ବରଗଡରେ ପ୍ରଥମ କରି ଫାସୀ ଫଏସଲା ଶୁଣାଇଥିଲେ ପସ୍କୋ କୋର୍ଟର ମାନ୍ୟବର ମାଜିଷ୍ଟ୍ରେଟ ।
Prev Post