
କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ହିମାଂଶୁ ଶେଖର ମଲ୍ଲିକ ଜଣେ ହତ୍ୟାକାରୀ ତୁରେକେଲା ବ୍ଲକ ଝରଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲର୍କି ଗାଁର ମୁକେଶ ଛତ୍ରିଆଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ଅନୁଯାୟୀ ଗତ ୨୦୧୭ ମସିହାରେ ତୁରେକେଲା ଥାନା ଅନ୍ତର୍ଗତ ଲର୍କି ଗ୍ରାମର କେଦାର ମେହେରକୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗରେ ହତ୍ୟାକାରୀ ମୁକେଶ ଛତ୍ରିଆଙ୍କୁ ଗିରଫ କରାଯାଇଥିଲା । ଲର୍କି ଗାଁର ମୁକେଶ ଛତ୍ରିଆଙ୍କୁ ତୁରେକେଲା ପୋଲିସ କେସ ନଂ ୩୯୫ /୨୦୧୭ ଅନୁସାରେ ମାଓବାଦୀ ନାଁରେ ଚାନ୍ଦା ଆଦାୟ ଧମକ ଦେବା ଓ ହତ୍ୟା ମାମଲାରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ତେବେ ଗୁରୁବାର ଦିନ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ମାନ୍ୟବର କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ ମୁକେଶ ଛତ୍ରିଆଙ୍କୁ ୩୦୨ ଦଫାରେ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଓ ୩୦୯ ଦଫାରେ ୧୦ ବର୍ଷ କାରଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ସଜା ଶୁଣାଇଛନ୍ତି । ଜରିମାନା ଟଙ୍କା ଦିଆ ନଗଲେ ସଜାର ପ୍ରାବଧାନ ଆଗକୁ ବଢି ପାରେ ବୋଲି ସରକାରୀ ଓକିଲ ପ୍ରମୋଦ ପାଣିଗ୍ରାହୀ କହିଥିବା ସୂଚନା ମିଳିଛି ।