ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର

ଗରଦପୁର : ଗରଦପୁର ବ୍ଲକ ସଭାଗୃହରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଅମ୍ରିତ ରିତୁରାଜ ଯୋଗ ଦେଇ ଶୁଣାଣି କରିଛନ୍ତି । ତେବେ ଏହି ଶୁଣାଣି ଶିବିରରେ ଅନେକ ଜନ ସାଧାରଣ ଭିଡ଼ ଜମାଇଥିଲେ । ତେବେ ଆଜି ୨୮୬ଟି ଅଭିଯୋଗ ହୋଇଥିଲେ ମଧ୍ୟ ସେଥିମଧ୍ୟରୁ ପ୍ରାୟ ୨୭୫ଟି କେବଳ ଆବାସ ଯୋଜନାରେ ପାଇଁ ଅଭିଯୋଗ ହୋଇଥିଲା । ଏହାଛଡା ଅନୁନ୍ୟ ୫ ଶହରୁ ୍ରଅଧିକ ଆବେଦନକାରୀ ଦରଖାସ୍ତ ଦେଇଥିବା ବେଳେ କେତେକ ଆବେଦନକାରୀ ଆମକୁ କାହିଁକି ରସିଦ୍ ଦିଆଯାଉନି ବୋଲି ହୋ ହାଲ୍ଲା କରିଥିଲେ । ପରେ ବିଡିଓ ଧର୍ମ ରଂଜନ ପଣ୍ଡା ଶିବିର ଛାଡି ବାହରକୁ ଆସି ଜିଲ୍ଲାପାଳଙ୍କ ଘୋଷଣା ମୁତାବକ ସବୁ ଦରଖାସ୍ତକୁ ତାଲିକା କରି ତଦନ୍ତ କରାଯିବ ବୋଲି କହିବା ପରେ ଆବେଦନକାରୀ ନିଜ ନିଜର ଘରକୁ ଫେରିଥିଲେ ।

Leave A Reply

Your email address will not be published.