oom

ଅଲାତରା ଓ ମଦନପୁରଠାରେ ସୁନାମୁଖୀ ଯାତ୍ରା ପାଳିତ : ରକ୍ତ ରଞ୍ଜିତ ହେଲା ଦୁଇପୀଠ

jsmm
  • ବଳି ପଡିଲେ ଶତାଧିକ ପଶୁପକ୍ଷୀ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଅଲାତରା ଓ ମଦନପୁରଠାରେ ଆଜି ବୁଧବାର ସୁନାମୁଖୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ବଲାଙ୍ଗିର ଶୁଲିଆ ଯାତ୍ରାର ପରଦିନ ସୁନାମୁଖୀ ଯାତ୍ରା ପାଳିତ ହୋଇଆସୁଛି । ଏଥିରେ ପ୍ରଥମେ ମ.ରାମପୁର ରାଜପରିବାରର ପାଟ ବୁକା(ବୋଦା) ବଳି ପରେ ମାନସିକ ଧାରୀମାନେ ଗୋଟିଏ ୨ଗୋଟି ପୋଢ଼ ସମେତ ଶତାଧିକ ପଶୁ ଓ ପକ୍ଷୀ ବଳି ଦେଇଥିଲେ । ଉଭୟ ଦୁଇ ଗୋଟି ସୁନାମୁଖୀପୀଠ ରକ୍ତ ରଞ୍ଜିତ ହୋଇଯାଇଥିଲା । ମଦନପୁର ପୀଠରେ ଦିହାରି ଯୁଗେଶ୍ୱର ବଣୁଆ, ପୂଜାରୀ ଉମାକାନ୍ତ ଭୋଇ, ଧ୍ରୁବ ଭୋଇ ପୂଜାର୍ଚ୍ଚନା କରିଥିଲେ । ସେହିପରି ଅଲାତରାଠାରେ ଦିହାରି ଜଗନ୍ନାଥ ଭୋଇ, ପୂଜାରୀ ଜଗବନ୍ଧୁ ଭୋଇ ତଥା ଦାମ ସୁନା ଓ ମହେଶ୍ୱର ରଣାଙ୍କୁ କାଲିସୀ ଆସି ମାନସିକ ଧାରୀଙ୍କୁ ଝଡାଫୁଙ୍କା କରିଥିଲେ । ମ.ରାମପୁର ରାଜପରିବାରରୁ ଜିତେଶ ମାଧବ ସିଂଦେଓ, ଦେବେଶ ମାଧବ ସିଂଦେଓ, ନୀଳମାଧବ ସିଂଦେଓ ଉପସ୍ଥିତ ଥିବା ବେଳେ ଏହି ଯାତ୍ରାକୁ କଳାହାଣ୍ଡି, ବଲାଙ୍ଗିର, ବୌଦ, କନ୍ଧମାଳ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସିଥାନ୍ତି । ଉକ୍ତ ଯାତ୍ରାରେ ପୂଜାରୀ ପରିବାରରୁ ଜନକ ଭୋଇ, ହରିଚନ୍ଦ୍ର ଭୋଇ, ପୂର୍ଣ୍ଣ ଭୋଇ, ଶିବ ଭୋଇ, ହର ଭୋଇ ଅଲାତରା ବରିଷ୍ଠ ନାଗରିକ ତଥା ଶିକ୍ଷାବିତ୍‌ ଖଗେଶ୍ୱର ରଣା, ଜନ୍ମେଜୟ ରଣା, ବେଣୁଧର ରଣା, ଗବର ରଣା, ଗାଁ ମୁଖିଆ ଜୁଗେଶ୍ୱର ବାରିକ ସାହାଯ୍ୟ ସହଯୋଗ କରିଥିଲେ । ସୁନାମୁଖୀ ଯୁବକ ସଂଘ କନ୍ଧପଡାର ସମସ୍ତ କର୍ମକର୍ତ୍ତା ଶାନ୍ତିଶୃଙ୍ଖଳା ଓ ସହଯୋଗ କରିଥିଲେ । ମଦନପୁରଠାରେ ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନା, ଜୟରାମ ମହାନନ୍ଦ , ଜୟ ରାମ ମହାଳିକ, ଯୁଧିଷ୍ଠିର ସିଂ ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.