ଛତ୍ରପୁରର ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ ପରିବାରର ସ୍ମୃତି ସମ୍ମାନ ରକ୍ଷା ହୋଇ ଆସିଥିବା ଛତ୍ରପୁରର ତାଡେପଲ୍ଲୀ ସାହିସ୍ଥ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ପାରମ୍ପରୀକ ସୁନାବେଶ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି । ଭକ୍ତଜନ ଦର୍ଶନକରି ବିଭୂକୃପା ଲାଭ କରିଛନ୍ତି । ଗତକାଲି ସକାଳୁ ସକାଳୁ ମନ୍ଦିରରେ ଏକ ପ୍ରକାର ଭିଡ଼ ଲାଗି ରହିଥିବା ପରିଲକ୍ଷିତ ହୋଇଛି । ସନ୍ଧ୍ୟା ବେଳେ ଷୋଡଶ ପୂଜାର୍ଚ୍ଚନା ହୋଇ ରାଜଆଳତୀ ଭକ୍ତଜନ ଦର୍ଶନରେ ଆନନ୍ଦ ଲାଭ କରିଥିଲେ । ଭକ୍ତଜନ ଶ୍ରୀଦିଅଁଙ୍କ ବାସ୍ତବିକ ସୁନାବେଶ ଦର୍ଶନ କରି ବିଭୂକୃପା ଲାଭକରିଛନ୍ତି ପରେ ସୀମିତ ସଂଖ୍ୟକ ଭକ୍ତଙ୍କ ଗହଣରେ ବେଢ଼ା ପରିକ୍ରମା ସାରିବା ପରେ ଦୈନିକ ରୀତିନୀତି ଭାବେ ଭାଗବତ କକ୍ଷରେ ବ୍ୟାସ ଶ୍ରୀ ପ୍ରଫୁଲଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଶ୍ରୀମଦ ଭାଗବତଗୀତା ପଠନ, ଭଜନ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

jittmm
Leave A Reply

Your email address will not be published.