ଅରୁନ୍ଧତୀ ଜୁଏଲର୍ସରୁ ସୁନା ଗାଏବ ଘଟଣା : ସୋ’ ରୁମ୍‌ର ମ୍ୟାନେଜରଙ୍କୁ ବାନ୍ଧିଲା ପୋଲିସ୍

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅରୁନ୍ଧତୀ ଜୁଏଲର୍ସରୁ ସୁନା ଗାଏବ ଘଟଣାରେ ସୋ’ ରୁମ୍‌ର ମ୍ୟାନେଜରଙ୍କୁ ବାନ୍ଧିଲା ପୋଲିସ । ସୂଚନା ଅନୁସାରେ ବଡ଼ବଜାର ଥାନା ଅନ୍ତର୍ଗତ ସାନବଜାର ସ୍ଥିତ ଅରୁନ୍ଧତୀ ଜୁଏଲର୍ସ ସୋ’ରୁମ୍‌ରୁ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନା ଗହଣା ଗାଏବ ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାରେ ଖୋଦ୍ ମ୍ୟାନେଜରଙ୍କୁ ଗିରଫ କରିଛି ପୋଲିସ୍ । ସୋ’ରୁମ୍‌ରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ସୀମାଞ୍ଚଳ ପାତ୍ର ଏହି ସୁନା ଅଳଙ୍କାର ନେଇଯାଇ ଅନ୍ୟ ଏକ ବ୍ୟାଙ୍କରେ ବନ୍ଧକ ରଖି ୧୯ ଲକ୍ଷ ଟଙ୍କାର ଋଣ ଉଠାଣ କରିବା ପରେ ସେହି ଟଙ୍କାରେ ଅନଲାଇନ ଗେମ ଖେଳି ଦେଇଥିବା ତଦନ୍ତରୁ ଜଣାପଡ଼ିଛି । ଏନେଇ ବଡବଜାର ଥାନାରେ ସୋ’ରୁମ୍‌ର ମ୍ୟାନେଜର ମନମୋହନ ବାରିକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । 

ସୂଚନା ପ୍ରକାରେ, ସାନବଜାର ଛକଠାରେ ଥିବା ଅରୁନ୍ଧତୀ ଜୁଏଲର୍ସରେ ବ୍ରଜନଗରର ୩ୟ ଲାଇନର ସୀମାଞ୍ଚଳ ପାତ୍ର ବହୁ ବର୍ଷ ହେବ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି । ସେହିକ୍ରମେ ତାଙ୍କୁ ବ୍ରାଞ୍ଚ ମ୍ୟାନେଜର ବିଶ୍ୱାସ କରି ଆସୁଥିଲେ । ସେହି ବିଶ୍ୱାସର ଫାଇଦା ନେଇ ଆସିଷ୍ଟାଣ୍ଟ ମ୍ୟାନେଜର ସୀମାଞ୍ଚଳ ଲକ୍ଷାଧିକ ଟଙ୍କାର ସୁନା ଗାଏବ କରି ନେଇଥିବା ଜଣାପଡିଥିଲା । ଗତ କିଛି ଦିନ ତଳେ ସେ କେତେକ ଗ୍ରାହକଙ୍କ ଘରକୁ ସୁନା ଅଳଙ୍କାର ବିକ୍ରି କରିବାକୁ ନେବାକୁ କହି ସୋ’ରୁମରୁ ୫୨୨.୯୦୦ ଗ୍ରାମର ସୁନା ଅଳଙ୍କାର ନେଇଥିଲେ ।

Leave A Reply

Your email address will not be published.