centurian jitm

ଆଜି ସୁମନ୍ତଙ୍କ ଦ୍ୱାଦଶାହ : ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜସେବୀ ତଥା କ୍ରିକେଟ ଜଗତର ଜଣେ ଦିବ୍ୟ ପଥ ପ୍ରଦର୍ଶକ ସୁମନ୍ତ ଭୋଇଙ୍କ ଆଜି ଦ୍ୱାଦଶାହ । ସେଭଳି ଜଣେ ନିଷ୍କପଟ ନିଃସ୍ୱାର୍ଥପର ଆତ୍ମାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ଜାଗତିକ ହୋ-ହାଲ୍ଲା ତଥା ପ୍ରଶଂସାକୁ ଜମାରୁ ପସନ୍ଦ କରୁନଥିବା ସୁମନ୍ତ ସମସ୍ତଙ୍କ ଅଲକ୍ଷ୍ୟରେ ନିଜ ସାମର୍ଥ୍ୟ ମୁତାବକ ସମାଜ ପ୍ରତି ନିଜର ଯୋଗଦାନ ପ୍ରତିପାଦନ କରି ଆସୁଥିଲେ । ହଠାତ୍‌ ତାଙ୍କ ଦେହାନ୍ତରେ ସାରା ବଲାଙ୍ଗିର ମାଟିରେ ଶୋକର ଛାୟା ଖେଳି ଯାଇଥିଲା । ଯୁବାବସ୍ଥାରେ ତାଙ୍କ ଭଳି ଜଣେ ବନ୍ଧୁବତ୍ସଳ, କ୍ରୀଡ଼ାନୁରାଗୀ, କର୍ତ୍ତବ୍ୟନିଷ୍ଠ ଓ ଜନ୍ମମାଟି ପାଇଁ ସମର୍ପିତ ମଣିଷ ହଠାତ୍‌ ଉଭାନ ହୋଇଯିବା ସମସ୍ତଙ୍କ ପାଇଁ ଦୁଃଖ ଆଣି ଦେଇଥିଲା । ମୃତ୍ୟୁ ଧ୍ରୁବ ସତ୍ୟ ହୋଇଥିଲେ ମଧ୍ୟ ତାଙ୍କ ଅନୁପସ୍ଥିତିକୁ ଏବେବି ଗ୍ରହଣ କରିବାକୁ କୁଣ୍ଠାବୋଧ ଲାଗୁଛି । ତାଙ୍କ ଭଳି ସୁମଣିଷ ଏ ଜଗତକୁ ସର୍ବଦା ପ୍ରାପ୍ତ ହେଉ ତଥା ତାଙ୍କ ଆତ୍ମାର ସଦ୍‌ଗତି ହେଉ, ଏହା ହିଁ କାମନା ତାଙ୍କ ଦ୍ୱାଦଶାହରେ ।

Leave A Reply

Your email address will not be published.