ଭୁବନେଶ୍ୱର : ଦୃଢ଼ ଇଚ୍ଛାଶକ୍ତି ବଳରେ ଜୀବନ ସଂଗ୍ରାମରେ ବାଜିମାତ ହୋଇପାରିବ । ଏହିଭଳି ଆହ୍ୱାନ ନେଇ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆୟୋଜିତ ହୋଇଯାଇଛି ବିଶ୍ୱ କର୍କଟ ଦିବସ । ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଉଥିବା ବେଳେ ଅବସରରେ ହସ୍ପିଟାଲ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛିି । ହସପିଟାଲ୍ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଚିଫ ଅଫ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର ଡ. ବିରାଜ ମୋହନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତରେ ପ୍ରତ୍ୟେକ ବର୍ଷ ୧୦ ଲକ୍ଷ ନୂଆ କ୍ୟାନସର ରୋଗୀ ବଢ଼ୁଛନ୍ତି । ବର୍ତମାନ ୨୫ ରୁ ୩୦ ଲକ୍ଷ ଲୋକ ଏହି ଦୁଃସାଧ୍ୟ ରୋଗରେ ପୀଡିତ ଅଛନ୍ତି ବୋଲି କହି ସେ ଉଦ୍ବେଗ ପ୍ରକାଶ କରିଥିଲେ । ବିଶ୍ୱବ୍ୟାପି ଏହି ସଂଖ୍ୟା ଢ଼େର ଅଧିକ ଥିବାବେଳେ ଏଥିପାଇଁ ସଚେତନତା ଖୁବ୍ ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ । ପୂର୍ବ ଭାରତର ଏକମାତ୍ର ହସପିଟାଲ୍ ଭାବେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ କ୍ୟାନସର ଚିକିତ୍ସା ନିମନ୍ତେ ସମସ୍ତ ଅତ୍ୟାଧୁନିକ ଏବଂ ଉତ୍ତମ ଧରଣର ଚିକିତ୍ସା ପଦ୍ଧତି ଓ ସରଞ୍ଜାମ ରହିଥିବା ବେଳେ ବିଶେଷଜ୍ଞ ଡାକ୍ତର ରୋଗୀ ସେବା ପ୍ରଦାନ କରିଆସୁଛନ୍ତି । ତେଣୁ କ୍ୟାନସରରେ ପୀଡିତ ହେଲେ ବିନା ଦ୍ୱିଧାରେ ସମ୍ ଅଲ୍ଟିମେଟ୍ ଆସି ଚିକିତ୍ସା ଗ୍ରହଣ କରିବାକୁ ବ୍ରିଗେଡିୟର ଡ. ମିଶ୍ର ରୋଗୀ ମାନଙ୍କୁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ଅଙ୍କୋ ସାଇନସେସ୍ ବିଭାଗର ରେଡିଏସନ୍ ଅଙ୍କୋଲୋଜିଷ୍ଟ ଡାକ୍ତର ଚିର ରଞ୍ଜନ ଖାଡଙ୍ଗା, ମେଡିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ପ୍ରିୟା ପ୍ରିୟଦର୍ଶିନୀ ନାୟକ, ସର୍ଜିକାଲ୍ ଅଙ୍କୋଲୋଜିଷ୍ଟ ଡାକ୍ତର ଜିଜ୍ଞାସୁ ମହାନ୍ତି, କନ୍ସଲ୍ଟାଣ୍ଡ- ନ୍ୟୁକ୍ଲିୟର୍ ମେଡିସିନ୍ ଡାକ୍ତର ସୁଦତ ରାୟ, ଡେପୁଟି ମେଡିକାଲ ସୁପରିଟେଡେଣ୍ଟ ଆନନ୍ଦ ମିଶ୍ର ଏବଂ ସମ୍ ହସ୍ପିଟାଲର ଅଙ୍କୋଲୋଜିଷ୍ଟ ଡ. ଲଲାଟେନ୍ଦୁ ମହାରଣା ପ୍ରମୁଖ ଉପସ୍ଥିତ ରହି କ୍ୟାନସର ରୋଗ ଓ ଏହାର ନିରାକରଣ ନେଇ ମତବ୍ୟକ୍ତ କରିଥିଲେ
Prev Post