ପ୍ରସିଦ୍ଧ ଶୁଲିଆ ଯାତ୍ରା ଆରମ୍ଭ : ପଡ଼ିଲା ବଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରସିଦ୍ଧ ଶୁଲିଆ ଯାତ୍ରା ଆରମ୍ଭ ହୋଇଯାଇଛି । ଶୁଲିଆ ପୀଠରେ ପଡ଼ିଲା ବଳି । ପ୍ରଥମେ ଧଳା କୁକୁଡ଼ା ଓ ପରେ ଧଳା ପାଟ ଗୋଦାକୁ ବଳି ଦିଆଯାଇଛି । ଖଇରଗୁଡା ବଡ଼ଖଳା ଓ ସାନ ଖଳାରେ ବଳି ପଡ଼ିଛି । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଖଇର ଗୁଡାର ବଡ଼ଖଳା ଓ ସାନଖଳାରେ ଶୁଲିଆ ଯାତ୍ରା ପାଳିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ଗତକାଲି ରାତିରୁ ନିଶିପୂଜା ସରିଥିବା ବେଳେ ବଡ଼ଖଳାଠାରେ ପୂଜା ଆରମ୍ଭ ହୋଇଛି । ଶୁଲିଆ ମୁଖ୍ୟ ପୂଜକ ସୋମନାଥ ଦେହୁରୀ ପୂଜା କରିଛନ୍ତି । ତେବେ ଦିନ ସାରା ଏହି ବଳି ଯାତ୍ରା ହେବ । ମାନସିକଧାରୀ ଛେଳି, କୁକୁଡ଼ା, ପାରା, ମେଣ୍ଢା ଓ ମଇଁଷି ବଳି ଦେଇଥାନ୍ତି । ଶୁଲିଆ ଯାତ୍ରାକୁ ସମଗ୍ର ପଶ୍ଚିମ ଓଡ଼ିଶା ସହ ବିଭିନ୍ନ ଜିଲ୍ଲା ଓ ଝାରଖଣ୍ଡ, ଛତିଶଗଡ଼ରୁ ମଧ୍ୟ ଭକ୍ତ ଆସିଥାନ୍ତି । ତେବେ ଏଠାରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବକୁ ଥିବା ବେଳେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.

error: Content is protected !!