ବିପଦ ସଙ୍କୁଳ ଅବସ୍ଥାରେ ମୁଖ୍ୟ ରାସ୍ତା କଡ଼ରେ ଠିଆ ହୋଇଛି ଦୁଇଟି ଶୁଖିଲା ଗଛ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିପଦ ସଙ୍କୁଳ ଅବସ୍ଥାରେ ମୁଖ୍ୟ ରାସ୍ତା କଡ଼ରେ ଠିଆ ହୋଇଛି ଦୁଇଟି ଶୁଖିଲା ଗଛ, ପ୍ରଶାସନର ନିଘା ନାହିଁ । କାହିଁ କେତେ ବର୍ଷ ହେଲା ଶାନ୍ତିପଡ଼ାରୁ ବଲାଙ୍ଗିର ସହର ଆଡ଼କୁ ଯାଇଥିବା ମୁଖ୍ୟରାସ୍ତା କଡ଼ ଚନ୍ଦ୍ରଶେଖର ମନ୍ଦିରର ବିପରିତ ପାଖରେ ଖୁବ୍‌ ଉଚ୍ଚ ଦୁଇଟି ଆକାଶୀ ଗଛ ଠିଆ ହୋଇରହିଛି । ବର୍ଷା ପାଣି ଖାଇ ଗଛ ଦୁଇଟି ସଢ଼ିବା ଆରମ୍ଭ ହେଲାଣି । ପୁଣି ଏହି ଦୁଇଟି ଗଛ ହେଭି ଭୋଲ୍‌ଟେଜ୍‌ ଇଲେକ୍ଟି ତାରକୁ ଲାଗି ଠିଆ ହୋଇଛି । କୌଣସି ମୁହୂର୍ତ୍ତରେ ବି ଜୋର୍‌ରେ ପବନ ହେଲେ ରାସ୍ତା ଉପରେ ପଡ଼ିଯାଇପାରେ ଓ ଅକାରଣରେ ଧନ ଜୀବନ ନଷ୍ଟ ହୋଇଯାଇପାରେ । ଏହି ଗଛ ଦୁଇଟିକୁ କାଟିବା ପାଇଁ ଅନେକ ଥର ସ୍ଥାନୀୟ ଲୋକେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ଏଥିପ୍ରତି କେହି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି । ଏପରିକି ଲୋକେ ଏ ସପଂର୍କରେ ଲିଖିତ ଭାବେ ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି, କିନ୍ତୁ କୌଣସି ସୁଫଳ ମିଳିନାହିଁ । ତେବେ ତୁରନ୍ତ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଏହି ଦୁଇଟି ଗଛକୁ କୌଣସି ବିପଦ ଘଟିବା ପୂର୍ବରୁ ରାସ୍ତା କଡ଼ରୁ ହଟାଇବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.