ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ବାଟିକା ବିଭାଗର ଶିଶୁମାନଙ୍କର ଆଜି ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଇଛି । ଏହି ଅବସରରେ ତାଲପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ଡ଼ଃ ସମୀର ମେହେର ଯୋଗଦେଇ ୨୪୫ ଜଣ ଶିଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷଣ କରିଥିଲେ । ସେଥିରୁ ୧୨ ଜଣ ଶିଶୁର ଦାନ୍ତ ପୋକ ସମସ୍ୟା ଥିବା ଦର୍ଶାଇ ଥିଲେ । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟାୟ ପ୍ରମୁଖ ସୁଜାତା ତ୍ରିପାଠୀ ସହଯୋଗ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

jittmm
Leave A Reply

Your email address will not be published.