ଘନଉଛି ଗୋବିନ୍ଦ ସାହୁ ସୁଇସାଇଡ୍ ସସପେନ୍ସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘନଉଛି ଗୋବିନ୍ଦ ସାହୁ ସୁଇସାଇଡ୍ ସସପେନ୍ସ । ଏପରିକି ଗୋବିନ୍ଦ ସାହୁ ସୁଇସାଇଡ୍‌କୁ ନେଇ ସାଧାରଣରେ ନାନା କଥା ଆଲୋଚନା ଚାଲିଥିବା ଶୁଣିବାକୁ ମିଳୁଛି । ଅନ୍ୟପକ୍ଷରେ ଆଜି ମାଜିଷ୍ଟ୍ରେଟ୍ ଓ ତଦନ୍ତକାରୀ ଟିମ୍‌ଙ୍କ ଉପସ୍ଥିତିରେ ଗୋବିନ୍ଦ ସାହୁର ଶବ ବ୍ୟବଚ୍ଛେଦ ହେବ । ଏଥିରୁ ହତ୍ୟା ନା ଆତ୍ମହତ୍ୟା, ଏସଂପର୍କରେ ସଠିକ୍‌ ରିପୋର୍ଟ ଆସିବ ବୋଲି କୁହାଯାଉଛି । ପୁଣି ବଲାଙ୍ଗିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ସେପଟେ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ବୟାନ ସନ୍ଦେହ ବଢ଼ାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର୍‌ ଧରିଛି ।

Leave A Reply

Your email address will not be published.