oum

ନିଖୋଜ ସୁଧାଂଶୁଙ୍କ ମଳିଲା ଶବ : ଗ୍ରାମରେ ଶୋକାକୁଳ ପରିବେଶ

jsm

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ନିଖୋଜ ସୁଧାଂଶୁଙ୍କ ଶେଷରେ ଶବ ମିଳିଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗ୍ରାମବାସୀ, ଓଡ୍ରାଫ୍ଟ ଟିମ୍‌, ଅଗ୍ନିଶମ ବିଭାଗ, ତହସିଲଦାର ତଥା ପୁଇଁନ୍ତଲା ଥାନାର ମିଳିତ ଉଦ୍ୟମରେ ଆଜି ସକାଳ ୯ଟା ୨୦ମିନିଟରେ ଶବ ମିଳିଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିରରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ତଳି ଅଂଚଳ ବନ୍ୟା ବିତ୍ପାତର ସମ୍ମୁଖୀନ ହୋଇଥିଲା । ଏତିକି ବେଳେ ଗତକାଲି ପୁଇଁନ୍ତଲା ବ୍ଲକ, ଭାଲେର ପଂଚାୟତ ଅନ୍ତର୍ଗତ ଫଟକରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଖେତରେ ଲାଗିଥିବା ପାଣିପମ୍ପ ବଂଚାଇବାକୁ ଯାଇ ଜଣେ ୧୮ ବର୍ଷର ଛାତ୍ର ସୁଧାଂଶୁ ନାଏକ ବନ୍ୟା ଜଳରେ ଭାସି ଯାଇଥିଲେ । ସୂଚନା ଅନୁସାରେ ସକାଳୁ ଯଦୁମଣିଙ୍କ ସାନ ପୁଅ ସୁଧାଂଶୁ ନାଏକ ବର୍ଷା ବେଳେ ଚାଷ ଜମିକୁ ଯାଇଥିଲେ । ଏହି ସମୟରେ ବଢି ଯୋଗୁଁ ପାଣି ପମ୍ପ ଭାସିଯିବା ଆଂଶକା କରି ପମ୍ପ ଉଦ୍ଧାର କରିବା ପାଇଁ ନାଳକୁ ପ୍ରବେଶ କରି ବନ୍ୟା ଜଳରେ ଭାସି ଯାଇଥିଲେ ।

Leave A Reply

Your email address will not be published.