oum

ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ବଲାଙ୍ଗିର ଜିଲ୍ଲା ସାଙ୍ଗଠନିକ କମିଟି ପକ୍ଷରୁ ସାରା ଓଡିଶାରେ ପ୍ରତିବାଦ ଦିବସ ପାଳିତ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ରାଜ୍ୟ ଓଡିଶାରେ ଆସନ୍ନ ମରୁଡି ପରିସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ଚାଷଜମିକୁ ପାଣି ଯୋଗାଇ ଦେବା ଏବଂ ରବି ଫସଲ ଚାଷ ନିମନ୍ତେ ଚାଷୀମାନଙ୍କୁ ମାଗଣା ଓ ରିହାତିରେ ବିହନ, ସାର, ଔଷଧ, କୃଷି ଉପକରଣ ଯୋଗାଇ ଦେବା, କୃଷକ ବିରୋଧୀ ୩ଟି କଳା କୃଷି ଆଇନ ଓ ବିଦ୍ୟୁତ ସଂଶୋଧନ ବିଲ-୨୦୨୦କୁ ରଦ୍ଦ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରିବା, ବିଦ୍ୟୁତ ଶିଳ୍ପ ବୃଦ୍ଧି ପ୍ରତ୍ୟାହାର କରିବା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଉପରେ ରାଜ୍ୟ ସରକାରଙ୍କ ଟିକସ ହ୍ରାସ କରିବା ସହିତ କେନ୍ଦ୍ର ସରକାରଙ୍କ ଟିକସ ହ୍ରାସ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା, ନିତ୍ୟ ବ୍ୟବହର୍ଯ୍ୟ ଜିନିଷ ପତ୍ରର ଆକାଶଛୁଆଁ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା, ୧୨ଟି ଆଧୁନିକ ମଦ ଡିପୋ ଖୋଲିବା ନିଷ୍ପତ୍ତି ପ୍ରତ୍ୟାହାର କରିବା ସଙ୍ଗେ ସଙ୍ଗେ ଦେଶୀ ବିଦେଶୀ ମଦ ଓ ମାଦକ ଦ୍ରବ୍ୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଓ ସମସ୍ତଙ୍କୁ ମାଗଣରେ କରୋନା ଟୀକାକରଣ କରିବା ଏବଂ ଟୀକାକରଣରେ ହେଉଥିବା କଳାବଜାରୀ ବନ୍ଦ କରିବା ଆଦି ଦାବୀରେ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ)ଓଡିଶା ରାଜ୍ୟ କମିଟି ଡାକରାରେ ସାରା ଓଡିଶା ପ୍ରତିବାଦ ଦିବସ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ବଲାଙ୍ଗିର ଜିଲ୍ଲା ସାଙ୍ଗଠାନିକ କମିଟି ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ କୁହାଯାଇଛି ଯେ, ଚଳିତ ବର୍ଷ ସମଗ୍ର ଓଡିଶା ରାଜ୍ୟରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଖରିଫ୍‌ ଚାଷ କ୍ଷେତ୍ରରେ ମରୁଡି ପରିସ୍ଥିତି ଦେଖାଦେଇଛି । ଆମ ରାଜ୍ୟରେ ପ୍ରବାହିତ ନଦୀ, ନାଳରେ ଜଳସେଚନ ଯୋଜନାମାନ କାର୍ଯ୍ୟକାରୀ ଅଭାବରୁ ଏହି ମରୁଡି ପରିସ୍ଥିତିକୁ କୌଣସି ପ୍ରକାରେ ମୁକାବିଲା କରିବା ପାଇଁ ଚାଷୀମାନଙ୍କ ପକ୍ଷରେ ଅସମ୍ଭବ ହୋଇପଡିଛି । ରବି ଫସଲ ନିମନ୍ତେ ମଧ୍ୟ ଚାଷୀମାନଙ୍କୁ ମାଗଣା ଓ ରିହାତି ମୂଲ୍ୟରେ ବିହନ, ସାର, ଔଷଧ ଓ କୃଷି ଉପକରଣ ଯୋଗାଇବା ନିମନ୍ତେ ସରକାର କୌଣସି ସୁନିର୍ଦ୍ଦିଷ୍ଟ ବ୍ୟବସ୍ଥା କରିନାହାନ୍ତି । କୃଷିଜାତ ଦ୍ରବ୍ୟର ଉତ୍ପାଦନ ଓ ବିକ୍ରୟର ଅଧିକାରକୁ ଚାଷୀମାନଙ୍କ ଠାରୁ ଛଡେଇ ନେବାକୁ କେନ୍ଦ୍ର ସରକାର ତିନୋଟି କଳା କୃଷି ଆଇନ ପ୍ରଣୟନ କରିଛନ୍ତି । ଏହାକୁ ଆମ ରାଜ୍ୟ ସରକାର ସମର୍ଥନ କରୁଥିବାର ଲକ୍ଷ୍ୟ କରୁଛୁ । ରାଜ୍ୟ ସରକାର ବିଦ୍ୟୁତ ସେବାର ଘରୋଇକରଣ କରି ମନମୁଖୀ ଭାବରେ ବିଦ୍ୟୁତ ଶିଳ୍କ ବୃଦ୍ଧି କରି ଜନସାଧାରଣଙ୍କୁ ସାମାନ୍ୟ ବଲଟିଏ ଜାଳିବା ବା ପଙ୍ଖାଟିଏ ଚଳାଇବାରୁ ମଧ୍ୟ ବଂଚିତ କରିବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମନ ଇଚ୍ଛା ଟିକସ ଲାଗୁ କରି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଆକାଶଛୁଆଁ ଦରବୃଦ୍ଧି ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ବେଲଗାମ ଦରବୃଦ୍ଧି ଶ୍ରମଜୀବୀ ଓ ମଧ୍ୟବିତ୍ତ ଜନସାଧାରଣଙ୍କ ଜୀବନକୁ ଦୁର୍ବିସହ କରି ପକାଇଛି । ତେଣୁ ଉପରୋକ୍ତ ଦାବୀଗୁଡିକ ଅବିଳମ୍ବେ ପୁରଣ କରିବା ପାଇଁ ଏସ୍‌ୟୁସିଆଇ (କମ୍ୟୁନିଷ୍ଠ) ସରକାରଙ୍କ ନିକଟରେ ଦୃଢ ଦାବୀ ଉପସ୍ଥାପନ କରୁଛି । ଏହି କାର୍ଯ୍ୟକ୍ରମରେ ଏସ୍‌ୟୁସିଆଇ (କମ୍ୟୁନିଷ୍ଠ) ବଲାଙ୍ଗିର ଜିଲ୍ଲା ସାଂଗଠନିକ କମିଟି ସମ୍ପାଦକ କମ୍ରେଡ ସୁନିଲ ଭୋଇଙ୍କ ସମେତ ମଧୁସୁଦନ ବାଗ, ଗୌରୀ ରାଉତ ସାମିଲ ଥିଲେ ।

Leave A Reply

Your email address will not be published.