ଅବହେଳିତ ସୂଚନା କେନ୍ଦ୍ର ଓ ପାଠାଗାରରେ ଆଣ୍ଠୁଏ ପାଣି

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ସୂଚନା କେନ୍ଦ୍ର ଓ ପାଠାଗାରରେ ଗୁରୁବାର ଦିନର ଝରି ବର୍ଷାରେ ଅଫିସ ପରିସରରେ ଆଣ୍ଠୁଏ ପାଣି ଜମି ରହିଛି । କଣ୍ଡାବାଞ୍ଜିସ୍ଥିତ ସୂଚନା କେନ୍ଦ୍ର ଓ ପାଠାଗାର ଦୀର୍ଘ ଦିନ ହେଲା ଅବହେଳିତ ଅବସ୍ଥାରେ ରହିଛି । କେବଳ ଗୋଟିଏ ମାତ୍ର ପିଅନରେ ଚାଲିଛି ପାଠାଗାର । ଦୀର୍ଘ ବର୍ଷ ହେଲା ଗ୍ରନ୍ଥାଗାରୀକ ଅବସର ନେଲା ପରେ କୌଣସି କର୍ମଚାରୀ ଯୋଗଦେଇ ନ ଥିବାରୁ ଏହା ଅବହେଳିତ ଭାବେ ପରିଚାଳିତ ହେଉଛି । ପାଠାଗାରଟି ଦୀର୍ଘ ବର୍ଷ ହେଲା ପୂର୍ତ ଓ ଗୃହ ନିର୍ମାଣ ବିଭାଗର ସବ୍‌ ଡିଭିଜନ କାର୍ଯ୍ୟାଳୟ ପରିସରରେ ରହିଛି । ସାମାନ୍ୟ ବର୍ଷା ହେଲେ ଅଫିସ ଭିତରକୁ ପାଣି ଭିତରକୁ ପଶି ଯାଉଥିବାରୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ପାଠକ ।

Leave A Reply

Your email address will not be published.