oum

ନୂତନ ଅପରାଧିକ ଆଇନ ସମ୍ପର୍କରେ ସୂଚନା ଦେଲେ ବଲାଙ୍ଗିର ଏସ୍‌ପି

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ବଲାଙ୍ଗିର ଏସପି ଋଷିକେଶ ଖିଲାରୀ । ଆଜି ପୂର୍ବାହ୍ନ ୧୦ଟା ସମୟରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଏ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମରେ ପରିବର୍ତ୍ତନ କରାଯାଇ କିଛି ନୂତନ ନିୟମ ଅଣାଯାଇଥିବା ଏସ୍‌ପି କହିଥିଲେ । ଏହି ଆଇନ ଗୁଡ଼ିକ ଭାରତୀୟ ମୂଲ୍ୟବୋଧ ଉପରେ ଆଧାରିତ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପୋଲିସ ଓ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସମେତ ଓକିଲ, ଆଇନ ଛାତ୍ରଛାତ୍ରୀ, ଏନ୍‌ସିସି କ୍ୟାଡେଟ, ବଲାଙ୍ଗିର ସହରର ବୁଦ୍ଧିଜୀବୀ, ସାଧାରଣ ନାଗରିକ ଓ ଯୁବକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.