jayashree

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ନେଲେ ସଞ୍ଜୟ ଜାଜୁ

ନୂଆଦିଲ୍ଲୀ, (ପିଆଇବି) : ସଞ୍ଜୟ ଜାଜୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୧୯୯୨ ବ୍ୟାଚ୍ ତେଲଙ୍ଗାନା କ୍ୟାଡରର ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ । ଶ୍ରୀ ଜାଜୁ ଦାୟିତ୍ୱ ଗ୍ରହଣ କରିବା ସମୟରେ ମନ୍ତ୍ରଣାଳୟର ପୂର୍ବତନ ସଚିବ ଅପୂର୍ବ ଚନ୍ଦ୍ର, ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ଗଣମାଧ୍ୟମ ବିଭାଗର ପଦାଧିକାରୀମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ । ଏଥି ପୂର୍ବରୁ ଶ୍ରୀ ଜାଜୁ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିଥିବା ବେଳେ ଅକ୍ଟୋବର ୨୦୧୪ରୁ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ୨୦୧୧ ମେ’ଠାରୁ ୨୦୧୪ ଅକ୍ଟୋବର ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ସରକାରଙ୍କ ଇଲେକ୍ଟ୍ରୋନିକ୍ସ, ଆଇଟି ଓ ଯୋଗାଯୋଗ ବିଭାଗର ସଚିବ ଭାବେ କାର୍ଯ୍ୟରତ ଥିଲେ ।

Leave A Reply

Your email address will not be published.