ଭୀଷ୍ମଦେବ ସରାଫଙ୍କୁ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଶୁଭେଚ୍ଛା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ବାର ପରିସରରେ ବରଗଡ଼ ବାରର ପୂର୍ବତନ ସଭାପତି ତଥା ବର୍ତ୍ତମାନ ନିଖିଲ ଓଡିଶା ଆଇନଜୀବୀ ସଙ୍ଘର କାର୍ଯ୍ୟକାରୀ ସଭାପତି ହେବା ପରେ ତାଙ୍କୁ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ କୋର୍ଟ ପରିସରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜନ କଲ୍ୟାଣ ସେବା ଟ୍ରଷ୍ଟର ଆଇନ ପରାମର୍ଶଦାତା ହୀରା ରାମ ଭୋଇ, ଅନୁଷ୍ଠାନର ପ୍ରତିଷ୍ଠାତା ସଭ୍ୟ ଜୟଦେବ ଭୋଇ, ଜନ କଲ୍ୟାଣ ସେବା ଟ୍ରଷ୍ଟର ଆଜୀବନ ସଦସ୍ୟ ସୁରେଶ କୁମାର ମହାନନ୍ଦ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସମ୍ମାନିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲ । ଆସନ୍ତା ୧୫ ତାରିଖ ଶ୍ରୀ ସରାଫଙ୍କୁ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ମାନପତ୍ର ଦେଇ ସମ୍ମାନିତ କରାଯିବ ବୋଲି ଜନ କଲ୍ୟାଣ ସେବା ଟ୍ରଷ୍ଟର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡକ୍ଟର ଅଜିତ କୁମାର ନାଥ ସୂଚନା ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.