centurian jitm

ସୁଭଦ୍ରା ଯୋଜନାରେ ଆଜି ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା

nschool

ଭୁବନେଶ୍ୱର : ଆଜି ‘ସୁଭଦ୍ରା’ ଯୋଜନାରେ ଆସିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ପାଇବେ । ଦିନ ସାଢେ ୧୨ଟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରୁ ଆବାସୀ ମାଧ୍ୟମରେ ଶୁଭାବମ୍ଭ କରିବେ । ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ପଠାଯିବା । ପଞ୍ଚମ ପର୍ଯ୍ୟାୟକୁ ମିଶାଇ ସୁଭଦ୍ରା ଯୋଜନାରେ କୋଟିଏ ପାର କରିବ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା । ରାଜ୍ୟ ସରକାର ନୂଆ ହିତାଧିକାରୀଙ୍କ ପାଇଁ ଅତିରିକ୍ତ ୧୧୫ କୋଟି ଟଙ୍କା ଖର୍ଚ୍ଚ କରିବେ । ସେପଟେ ଆଉ ଦିନକ ପରେ ଅର୍ଥାତ୍ ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାରେ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ । ଅନ୍ୟପଟେ ମାର୍ଚ୍ଚ ୩୧ ତାରିଖ ଯାଏଁ ‘ସୁଭଦ୍ରା’ ଆବେଦନ ପ୍ରକ୍ରିୟା ଚାଲିବ ।

Leave A Reply

Your email address will not be published.