oom

୭୮ତମ ସ୍ୱାଧିନତା ଦିବସ ଉପଲକ୍ଷେ ସୁଭାଷ ଚିନ୍ତନ ପରିବାର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ସ୍ୱାଧିନତା ଦିବସ ଉପଲକ୍ଷେ ତ୍ରୟିମାସିକ ସାମାଜିକ ପତ୍ରିକା ସୁଭାଷ ଚିନ୍ତନ ପରିବାର ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥଳିରେ ମାଲ୍ୟାର୍ପଣ କରାଯାଇ ଜୋଗର୍ସ ପାର୍କର ପଛପଟେ ଥିବା ରାସ୍ତା କଡରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜୋଗର୍ସ ପାର୍କ ପ୍ରାତଃ ଭ୍ରମଣ ଅନୁଷ୍ଠାନର କର୍ମକର୍ତ୍ତା ବୃନ୍ଦ, ଗ୍ରୀନ ଏନାର୍ଜି ଏଣ୍ଡ କଷ୍ଟ୍ରକସନ୍‌ର ସଭାପତି ତଥା କର୍ମକର୍ତ୍ତା, ନେତାଜୀ ସଂଗ୍ରାମୀ ପରିଷଦର କର୍ମକର୍ତ୍ତ ସମୁହ ବିଭିନ୍ନ ପ୍ରକାର ବୃକ୍ଷରୋପଣ କରି ପ୍ରକୃତିର ସନ୍ତୁଳନ ରକ୍ଷା କରିବାକୁ ଶପଥ ଗ୍ରହଣ କରିଥିଲେ । ସପୃକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ସହରର ବହୁ ମାନ୍ୟଗଣ୍ୟ ବକ୍ତି ବିଶେଷ ତଥା ବୁଦ୍ଧିଜୀବୀ ଅଂଶ ଗ୍ରହଣ କରି ବ୍ୟାପକ ବୃକ୍ଷରୋପଣକୁ ମାନବ ଜୀବନର ଅଂଗ ଭାବେ ଗ୍ରହଣ କରିବାକୁ ଆଲୋକପାତ କରିଥିଲେ ।

jittmm
Leave A Reply

Your email address will not be published.