ଆଜି ‘ଆମ ପୋଖରୀ’ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ଟା ୩୦ ମିନିଟରେ ଭିଡିଓ କନଫରେନ୍ସସିଂ ମାଧ୍ୟମରେ ‘ଆମ ପୋଖରୀ’ ଯୋଜନାରେ ବଲାଙ୍ଗିର ସହରର ବିଭିନ୍ନ ପୋଖରୀର ନବୀକରଣ ପାଇଁ ଶୁଭାରମ୍ଭ କରିବେ । ଏଣୁ ସର୍ବସାଧାରଣ ତଥା ମିଶନ ଶକ୍ତିର ମା’ମାନଙ୍କ ଜାଣିବା ସକାଶେ ବଲାଙ୍ଗିର ପୌର ପରିଷଦ ତରଫରୁ ସହରର ବିଭିନ୍ନ ସ୍ଥାନରେ ଲାଇଭ ଟେଲିକାଷ୍ଟ ହେବ । ଏଣୁ ସକାଳ ୧୦ଟା ୩୦ ମିନିଟରୁ ପୌରାଧ୍ୟକ୍ଷା ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ କରି ଜିଲ୍ଲାପାଳ ଅଫିସର ଓସ୍ୱା କନଫରେନ୍ସ ହଲରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସିଧାସଳଖ ଯୋଡି ହେବେ । ଏଣୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରସାର ପ୍ରଚାର ପାଇଁ ସହଯୋଗ କରିବା ପାଇଁ ପୌରାଧ୍ୟକ୍ଷାଙ୍କ ତରଫରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.