om academy

ଗାୟତ୍ରୀ ମାତାଙ୍କ ଭବ୍ୟ ମନ୍ଦିର ନିର୍ମାଣର ଶୁଭାରମ୍ଭ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଗାୟତ୍ରୀ ପରିବାର ଟ୍ରଷ୍ଟ, ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ କାମାକ୍ଷୀନଗର, ବାବାମଠ ନିକଟରେ ଗାୟତ୍ରୀ ମାତାଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ବସନ୍ତ ପଞ୍ଚମୀ (ସରସ୍ୱତୀ ପୂଜା) ଅବସରରେ ଗାୟତ୍ରୀ ମହାଯଜ୍ଞ, ବସନ୍ତ ପଞ୍ଚମୀ ପର୍ବ ପାଳନ, କେମଳମତି ଶିଶୁମାନଙ୍କ ବିଦ୍ୟାରମ୍ଭ ସଂସ୍କାର ଆଦି କାର୍ଯ୍ୟ ବୈଦିକ କର୍ମକାଣ୍ଡ ଦ୍ୱାରା ସମ୍ପନ୍ନ ହୋଇଥିଲା । ପରେ ପରେ ମନ୍ଦିର ନିର୍ମାଣ ପାଇଁ ବିଶ୍ୱକର୍ମାଙ୍କ ସ୍ୱଜନ ସହ ମନ୍ଦିର ନିର୍ମାଣ ମିସ୍ତ୍ରୀ ଶ୍ରୀକୃଷ୍ଣଚନ୍ଦ୍ର ପରିଡାଙ୍କୁ ଟ୍ରଷ୍ଟ ତରଫରୁ ଅଙ୍ଗବସ୍ତ୍ର, ନାରିକେଳ, ତିଲକ, ଦକ୍ଷିଣା ଆଦି ପ୍ରଦାନ କରି ମନ୍ଦିର ନିର୍ମାଣର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିରର ବହୁ ବୁଦ୍ଧିଜୀବୀ, ଜନସାଧାରଣ ଯୋଗ ଦେଇ ନିର୍ମାଣ କାର୍ଯ୍ୟରେ ସହଯୋଗ କରିବା ପାଇଁ ସଂକଳ୍ପ ନେଇଥିଲେ । ଶେଷରେ ପ୍ରସାଦସେବନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.