ବଲାଙ୍ଗିର, (କେପିଏନ୍ଏସ୍) : କୋଶଲୀ ସର୍ଟ ଫ୍ଲିମ୍ ‘ଛେର ଛେରଛେରା’ର ଶୁଭାରମ୍ଭ ହୋଇଯାଇଛି । ଝାଙ୍କରପାଲି ପଞ୍ଚାୟତ ସରପଞ୍ଚ ବହି ଓ କ୍ୟାମେରାକୁ ପୂଜା କରି ଶୁଭାରମ୍ଭ କରିଥିଲେ । ଗତ ରବିବାର ଦିନ ଠୁ ଛତ୍ରିଆପାଲି ଗାଆଁରେ ସୁଟିଂ ଆରମ୍ଭ ହୋଇଯାଇଛି । ଚୂଡାମଣି ମୁଦୁଲିଙ୍କ ରଚିତ ଓ ନିର୍ଦ୍ଦେଶିତ ଏଇ ଫ୍ଲିମର ପ୍ରଯୋଜକ ଗୋପୀନାଥ ଦଣ୍ଡସେନା, ରାଜୀବ ପ୍ରସାଦ ଭୋଇ ଓ ମୀନକେତନ ବାରଲେବଡିଆ ରହିଥିବା ବେଳେ କ୍ୟାମେରାରେ ସାନନ୍ଦ ମହାଲିଙ୍ଗ ଓ ସହଯୋଗୀ ଭାବେ ପିଙ୍କୁ ମେହେର ଅଛନ୍ତି । ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ନିସାର୍ ଅହମ୍ମଦ ନିସାର, କୁମୁଦିନୀ ପୃଷ୍ଟି, ଭବାନୀ ଶଙ୍କର ମିଶ୍ର, ରିଷିରାଜ୍ ଖମାରୀ, ବିମଲ୍ ଭୁଏ, ବେବି ବେହେରା, ଐଶ୍ୱର୍ଯ୍ୟା ପୋଢ଼, ସୁଜିତ୍ ସାହୁ, ନେପାଲ ଚନ୍ଦ୍ର ବାଗ, ଗଣେଶ୍ୱର ବେହେରା, ରୁଦ୍ରଦେବ ସାହୁ, ଉପେନ୍ଦ୍ର ମେହେର, ତରଣିସେନ୍ ଧରୁଆ, ଅଂଶିତା ରାଣୀ ସାହୁ, ପୂଜା ଭୋଇ ପ୍ରମୁଖ ନିଖୁଣ ଅଭିନୟ କରିଛନ୍ତି । ପଶ୍ଚିମ ଓଡ଼ିଶାର ଚାଷୀ ପର୍ବ ପୁଷ୍ପୁନିକୁ ଭିତ୍ତି କରି ଲେଖା ଯାଇଛି । ଗାଉଁଲି ବେଶରେ ସମସ୍ତଙ୍କର ବେଶ ପୋଷାକ ପିନ୍ଧା ଦୃଶ୍ୟ ଏଇ ଫିଲ୍ମରେ ଦେଖିବାକୁ ମିଳିବ । ଏଥିରେ କିଛି ନୂତନ କଳାକାର ଅଭିନୟ କରିଛନ୍ତି । ଏଇ ସୁଟିଂକୁ ସହଯୋଗ କରିଛନ୍ତି ସୁଶାନ୍ତ ନନ୍ଦ, ସୋମନାଥ ନାଏକ, ନିବୃତ୍ତି ପଣ୍ଡା, ପ୍ରକାଶ ଥନାପତି, ଉମେଶ ବିଶ୍ଵାଳ, ବିପିନ ପୋଢ଼, ଗୋପ ପଧାନ ଓ ଗ୍ରାମବାସୀ ।