om academy

ନରେନ୍ଦ୍ରପୁର ହାଇସ୍କୁଲରେ ଜାତୀୟ କୃମିନାଶକ ଦିବସର ଶୁଭାରମ୍ଭ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁନିସପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ନରେନ୍ଦ୍ରପୁର ହାଇସ୍କୁଲରେ ଜାତୀୟ କୃମିନାଶକ ଦିବସର ଶୁଭାରମ୍ଭ ହୋଇଯାଇଛି । ଡା. ସୁଦର୍ଶନ ସାହୁ ଓ ଡା. ସନ୍ତୋସିନୀ ସେଠିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ସାରା ଛତ୍ରପୁର ବ୍ଲକରେ ୧ ବର୍ଷରୁ ୧୯ ବର୍ଷ ବୟସର ସମସ୍ତ ଛୁଆଙ୍କୁ ଏହି କୃମିନାଶକ ଔଷଧ ପିଲାମାନଙ୍କୁ ଖୁଆଯାଇଛି । ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ବଣ୍ଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ପରିଦର୍ଶକ କୃଷ୍ଣ ଚନ୍ଦ୍ର ଜେନା, ଏଏନଏମ ସବିତା କୋଠିଆ, ବିପିଏମ ସୀମାଞ୍ଚଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଡା. ରାମନୁଜ ପଟ୍ଟନାୟକ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ସମସ୍ତ ଛାତ୍ରଙ୍କୁ ଉକ୍ତ କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ଉପରେ ସଚେତନ କରାଇଥିଲେ । ନରେନ୍ଦ୍ରପୁରର ପୂର୍ବତନ ସମିତି ସଭ୍ୟ ଜ୍ୟୋତି ରଞ୍ଜନ ସାହୁ ଓ ଯୁବନେତା ଅଲିଅଳ ସେନାପତିଙ୍କ କରକମଳରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।

Leave A Reply

Your email address will not be published.