ନୟାପାଲିରେ ଚଡ଼କ ପର୍ବର ଶୁଭାରମ୍ଭ

ଭୋଗରାଇ, (କେପିଏନ୍‌ଏସ୍‌) : ଭୋଗରାଇ ବ୍ଲକ ଖରିଦପିପଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୟାପାଲି ଗ୍ରାମରେ ବାବା କଞ୍ଚନେଶ୍ୱର ମହାଦେବଙ୍କ ମହାପବିତ୍ର ଚଡ଼କ ପର୍ବର ଗ୍ରାମର ପଶ୍ଚିମ ପାର୍ଶ୍ୱ ହାକାଣ୍ଡ ପୋଖରୀରେ ଆଜି ଯାତ୍ରା ଘଟ ଉତ୍ତୋଳନ କରାଯିବା ସହ ଗ୍ରାମ ପରିଭ୍ରମଣ କରାଯାଇ ଶୁଭାରମ୍ଭ କରାଯାଇଛି । ଏଥିରେ ପାଟଭକ୍ତ, ଦେଉଳିଆ, ଭଣ୍ଡାରଘରିଆ, କଟୁଆଳ, ଘଟୁଆଳ, ଦଣ୍ଡସ୍ୱାମୀ, ବେତସ୍ୱାମୀ, ଚନ୍ଦିନିଆ ପାତ୍ର, ଗୋବରିଆ ପାତ୍ର, ମନ୍ମଥ ଷଣ୍ଢ, କପିଳା ଗାଈ, ମାଳି , ପଢ଼ିଆରି ପ୍ରମୁଖ ତେର ଭକ୍ତ ପଇତାବ୍ରତ ଧାରଣକରି ବାବା କଞ୍ଚନେଶ୍ୱର ମହାଦେବଙ୍କ ଚଡ଼କ ପର୍ବକୁ ବ୍ରତ ଭାବେ ଧାରଣ କରିଥିଲେ । ଉକ୍ତ ପର୍ବରେ ମହାଦେବଙ୍କ ମୁଖ୍ୟ ପୁରୋହିତ ଜୀବନକୃଷ୍ଣ ପାଣିଗ୍ରାହୀ ପୂଜା ଅର୍ଚ୍ଚନା କରିବା ସହିତ ପାଟଭକ୍ତ ପଦ୍ମନାଭ ଦେଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାର ଭକ୍ତଗଣ ଉପବାସ ବ୍ରତ ଧାରଣ କରି ପର୍ବ ପାଳନକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.