ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଳ ହାଇସ୍କୁଲ ପରିସରରେ ସମ୍ପୂର୍ଣ୍ଣତା ଅଭିଯାନ ଟୁ ଓ ର ଶୁଭାରମ୍ଭ ବୁଧବାର ଅନୁଷ୍ଠାନିକ ଭାବରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଫିତା କାଟି ଭଗବାନ ନୃସିଂହନାଥଙ୍କୁ ପୁଜାକରି ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ । ଏଥିରେ ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା ଅରଗୁଲା, ପାଇକମାଳ ଚେୟାରମ୍ୟାନ ଭାବନା ସିଂ, ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡୁ, ବରଗଡ ସାଂସଦ ପ୍ରତିନିଧି ସୁଶାନ୍ତ ନାଗ ଯୋଗଦେଇ ମଂଚାସୀନ ଥିଲେ । ଏହାକୁ ମଧୁସ୍ମିତା ବେହେରା ପରିଚାଳନା କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ପ୍ରାରମ୍ବିକ ଅଭିଭାଷଣ ଦେଇ ପାଇକମାଳକୁ କିପରି ଆକାଙ୍ଗକ୍ଷୀ ବ୍ଲକ ଘୋଷଣା କରାଯାଇଛି ସେନେଇ ବିଷଦ ଭାବରେ ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଜନପ୍ରିୟ ନେତ୍ରୀ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ମଧ୍ୟ ଏନେଇ ମା’ ଭଉଣୀମାନଙ୍କୁ ବହୁତ ସୁନ୍ଦର ଭାବରେ ହସି ହସି ସମସ୍ତଙ୍କୁ ଆକାଙ୍ଗକ୍ଷୀ ବ୍ଲକରେ ଯେଉଁ ସବୁ ଜନ ହିତକର କାମ ହୋଇସାରିଛି ଓ ଆଗକୁ କଣ ହେବ ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ଦୁଇ ଜଣ ଗର୍ଭବତୀ ମା’ ମାନଙ୍କୁ ଗୋଦ ଭରାଇ ରୋଶନ କରାଇ ଗର୍ଭବତୀ ମା’ ଙ୍କୁ ବନ୍ଦାପନା କରି ଚୁଡ଼ି ସିନ୍ଧୁର ଅଳତା ଲଗାଇ ବନ୍ଦାପନା କରି ପିଠା ଖୁଆଇ ଥିଲେ, ବିଧାୟିକା ବର୍ଷା ସିଂ ବରିହା, ଉପଜିଲ୍ଲାପାଳ ସ୍ନେହା ଅରଗୁଲା, ଓ ଚେୟାର ମ୍ୟାନ ଭାବନା ସିଂ, ଏହିଦୃଶ୍ୟ ବହୁତ ସୁନ୍ଦର ହୋଇଥିଲା । ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡୁ ଧନ୍ୟବାଦ ଦେଇଥିଲେ, ତାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ ହୋଇଥିଲା । ଅନେକ ଷ୍ଟଲ ବୁଲି ଅତିଥିମାନେ ପରିଦର୍ଶନ କରି ଥିଲେ । ଶେଷରେ ସମସ୍ତଙ୍କୁ ଅନ୍ନଭୋଗ ବଣ୍ଟନ କରାଯାଇଥିଲା ।