ଖଣ୍ଡଧୁଆ ଯାତ୍ରା ସହ କାଳୀ ପୂଜାର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହନୁମାନ ପଡ଼ା ସ୍ଥିତ ହନୁମାନ ମନ୍ଦିର ପରିସରରେ ଜଗତଜନନୀ ମା’ ଶ୍ୟାମାକାଳୀଙ୍କ ପୂଜନୋତ୍ସବ କାର୍ଯ୍ୟକ୍ରମ ରବିବାର ସନ୍ଧ୍ୟାରେ ଖଣ୍ଡଧୁଆ ଯାତ୍ରା ସହ ଆରମ୍ଭ ହୋଇଯାଇଛି । ପଡ଼ାର ଶତାଧିକ ମହିଳା ଓ ପୁରୁଷ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ଏବଂ ସ୍ଥାନୀୟ କଣ୍ଟାବନ୍ଧରୁ ପବିତ୍ର ଜଳ ଆଣି ପୂଜାସ୍ଥଳରେ ସ୍ଥାପନ କରିଥିଲେ । ରାତ୍ରି ୧୨ଟାରେ ଚକ୍ଷୁଦାନ କରାଯାଇଥିଲା । ପଣ୍ଡିତ ଆତ୍ରହି ଭଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ପୂଜାକାର୍ଯ୍ୟ ସମ୍ପାଦନ ହେଉଥିବା ବେଳେ ଲଳିତ ଶତପଥୀ ସପତ୍ନିକ ଏଥିରେ କର୍ତ୍ତା ଅଛନ୍ତି । ଆସନ୍ତା ଶୁକ୍ରବାର ଦିନ ମା’ଙ୍କ ଭସାଣୀ କାର୍ଯ୍ୟକ୍ରମ ରହିଥିବା ବେଳେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରତିଦିନ ଅପରାହ୍ନରେ ଆୟୋଜକ ସାର୍ବଜନୀନ କାଳୀ ପୂଜା କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସମସ୍ତ କାର୍ଯ୍ୟକ୍ରମ ସଭାପତି ଅଜିତ କୁମାର ଶତପଥୀ, ଉପସଭାପତି ପ୍ରିୟରଞ୍ଜନ ଭୋଇ ଓ ପ୍ରଫୁଲ୍ଲ ମିଶ୍ର, ସମ୍ପାଦକ ଆଦର୍ଶ ନାଥ, ସହ ସଂପାଦକ ଅଜୁ ପଟ୍ଟନାୟକ, କୋଷାଧ୍ୟକ୍ଷ, ଶ୍ୟାମଳ ଦାସ, ସରୋଜ ମିଶ୍ର, ନରସିଂହ ପଟ୍ଟନାୟକ, ଅଶୋକ ବହିଦାର, ସୁବାଷ ପାତ୍ର, ପିଣ୍ଟୁ ନାଥ ପ୍ରମୁଖଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.