ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ପୋଲିଓ ବୁଥ୍‌ର ଶୁଭାରମ୍ଭ କଲେ ଛତ୍ରପୁର ବିଡିଓ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଅଧୀକ୍ଷକ ଡ଼ା. ସ୍ଵାଧୀନ ରଥଙ୍କ ତତ୍ତ୍ୱାବଧାନରେ ଭବ୍ୟ ରୂପରେ ପୋଲିଓ ବୁଥ୍‌ର ଶୁଭାରମ୍ଭ ହୋଇଯାଇଛି । ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ୍ ସାହୁ ଏବଂ ଡ଼ା. ସ୍ଵାଧୀନ ରଥଙ୍କ କରକମଳରେ ଦୀପ ପ୍ରଜ୍ୱଳିତ ସହ ଜୀବନର ଦୁଇ ବୁନ୍ଦା ପୋଲିଓ ଟୀକାକରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ବନୋଜ ନାହକ, ବିପୁଲିଙ୍ଗି ସରପଞ୍ଚ ହିନା ସେଠୀ, ସମସ୍ତ ଅଧିକାରୀଗଣ, ଏଥି ସାଂଗକୁ ସେଲ୍ଫି ପଏଣ୍ଟରେ ଛୋଟ ଛୁଆ ସହ ଫଟୋ ଉତ୍ତୋଳନ କରିଥିଲେ । ଭାରତ ବର୍ଷରେ ମାର୍ଚ୍ଚ ମାସ ୧୭ ତାରିଖ ୨୦୧୪ ସୁଦ୍ଧା ପୋଲିଓ ମୁକ୍ତ ହେବା ସତ୍ୱେ ପଡୋଶୀ ଦେଶ ପାକିସ୍ଥାନ ଓ ଆଫଗାନିସ୍ଥାନରେ ଉକ୍ତ ପୋଲିଓ ଭୁତାଣୁ ଥିବା ଯୋଗୁଁ ଏହି କାର୍ଯ୍ୟକ୍ରମ ସାରା ଦେଶରେ ପରିଚାଳିତ ହେଉଛି ବୋଲି ଡ଼ା. ରଥ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ରବିବାରରେ ବୁଥ ଟୀକାକରଣ ଶତ ପ୍ରତିଶତ କରିବାକୁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆଦେଶ ଦେଇଥିଲେ । ସେହିପରି କିଛି ଛୁଆ ବାଦ୍ ପଡ଼ିଥିଲେ ଘର ଘର ବୁଲି ସୋମବାର ଓ ମଙ୍ଗଳବାରରେ ଟୀକାକରଣ କରାଯିବ ବୋଲି କହିଥିଲେ । ଏହା ସହ ଜାତୀୟସ୍ତରରରେ NQAS ସ୍ଵୀକୃତିଭୁକ୍ତରେ ଉତ୍ତୀର୍ଣ୍ଣ ହୋଇଥିବା ଯୋଗୁଁ ବିଡିଓ ମହୋଦୟ ଡ଼ା. ରଥଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିପିଏମ୍ ସିମାଞ୍ଚଳ ପ୍ରଧାନ, ସମ୍ୱନିତ୍ଵ ଶିଶୁ ବିକାଶ ଯୋଜନା ପର୍ଯ୍ୟବେକ୍ଷକ ଶ୍ରୀମତୀ ପ୍ରମୋଦା ଦାସ, ସ୍ଵାସ୍ଥ୍ୟ ପର୍ଯ୍ୟବେକ୍ଷକ ମହେନ୍ଦ୍ର ବେହେରା, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ସବିତା ମିଶ୍ର, ଏ.ଏନ୍.ଏମ୍ ରଞ୍ଜିତା ନାୟକ, ସହ ସମସ୍ତ ଆଶାକର୍ମୀ, ଅଙ୍ଗନୱାଡ଼ି ଦିଦି ସହ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.