ଭୁବନେଶ୍ଵର : ସରକାରୀ ସୁବିଧା ମିଳୁଛି କି ନାହିଁ, ଏଥର ଲୋକଙ୍କ ପାଖକୁ ଆସିବ ଫୋନ କଲ୍ । ସାଧାରଣ ଲୋକଙ୍କୁ କଲ୍ କରି ଫିଡବ୍ୟାକ୍ ନେବେ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ । ଆଜିଠୁ ରାଜ୍ୟରେ ଫଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ । ଶାସନକୁ ଲୋକାଭିମୁଖୀ କରିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ଏଣିକି ଲୋକଙ୍କ ମତାମତ ଆଧାରରେ ନୀତି ନିର୍ଦ୍ଧାରଣ ହେବ । ଫେସବୁକ୍, ଏକ୍ସ, ହ୍ବାଟ୍ସଆପ୍, ଓ୍ୱେବସାଇଟ୍ ଚାର୍ଟବଟ୍ ଏବଂ ସିଧାସଳଖ ଟୋଲ୍ ଫ୍ରି ନମ୍ବର- ୧୪୪୭୧କୁ ଫୋନ୍ କରି ସିଧାସଳଖ ଲୋକମାନେ ମତାମତ ଦେଇପାରିବେ ।
