ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଟାଉନ୍ କ୍ଲବ ଦ୍ୱାରା ଆୟୋଜିତ ହେଉଥିବା ଲୋକ ମହୋତ୍ସବ ମଞ୍ଚରେ ଏଥର ୫ଦିନ ଧରି ପ୍ରାୟ ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ବ ଆୟୋଜିତ ହେଉଥିବା ବେଳେ କଳାକାରଙ୍କୁ ଏକତ୍ରିତ କରି ବୋଡ଼ା ସମ୍ବର ଅଂଚଳ ତଥା ଓଡ଼ିଶା ଓ ଭାରତର ବିଭିନ୍ନ ପ୍ରାନ୍ତର ସଂସ୍କୃତିକୁ ଏକ କରି ବିଶ୍ୱ ଦରବାରକୁ ପହଞ୍ଚାଇବା ପାଇଁ ଏହି ମହୋତ୍ସବର ଆୟୋଜନ । ସ୍ଥାନୀୟ ଲୋକ ସଂସ୍କୃତି ପରମ୍ପରା, ଲୋକ ନୃତ୍ୟ, ଗୀତ ସମେତ ଲୁପ୍ତ ହେବାକୁ ବସୁଥିବା ପାରମ୍ପରିକ ବାଦ୍ୟ, ନୃତ୍ୟ ଓ ସଙ୍ଗୀତକୁ ପ୍ରାଧାନ୍ୟ ଦେଇ ଗତ ୪ ବର୍ଷ ହେବ ଟାଉନ କ୍ଳବ ତଫରୁ ଆୟୋଜିତ ହୋଇ ଆସୁଛି ପଦ୍ମପୁର ଲୋକ ମହୋତ୍ସବ । ଏଥର ମଧ୍ୟ ଟାଉନ୍ କ୍ଲବ ପକ୍ଷରୁ ୫ ଦିନ ଧରି ମହୋତ୍ସବ ଆୟୋଜିତ ହେଉଛି । ତେବେ ଏନେଇ ଆଜି ଆୟୋଜିତ ସାଂସ୍କୃତିକ ଶୋଭାଯାତ୍ରା ସହ ଆରମ୍ଭ ହୋଇଯାଇଛି ମହୋତ୍ସବ । ପାରମ୍ପରିକ ଗଣା ବାଜା, ଘୁଡକା, ଆଦି ପ୍ରାୟ ୧୫ଟି ସ୍ଥାନୀୟ ସାଂସ୍କୃତିକ ଦଳ ସହ ପଶ୍ଚିମ ବଙ୍ଗର ଢାକି ଛତିଶଗଡ ପାରି ବାହାର ରାଜ୍ୟର ଲୋକନୃତ୍ୟ ପରମ୍ପରାକୁ ମଧ୍ୟ ଏହି ଶୋଭାଯାତ୍ରାରେ ଦିଆଯାଇଥିଲା ସ୍ଥାନ । ସେହିପାରି ବିଭିନ୍ନ ବିଭାଗ ଏବଂ ସ୍କୁଲ ପକ୍ଷରୁ ବିଭିର୍ନ ଜନ ସଚେତନତା ତଥା ଦେଶର ବୀରତ୍ୱକୁ ଦର୍ଶାଉ ଥିବା ଝାଙ୍କି ଯେପରିକି ଜଙ୍ଗଲ ସୁରକ୍ଷା, ଆଇ.ଏନ୍.ଏସ୍ ବିକ୍ରାନ୍ତର ମୋଡେଲ ଏବଂ ବିଜ୍ଞାନ କୌଶଲକୁ ଦର୍ଶାଉଥିବା ୱେଷ୍ଟରୁ ନିର୍ମିତ ରୋବୋର୍ଟ ପାରି ବୋହୁ ସୁନ୍ଦର ଝାଙ୍କିମାନ ମଧ୍ୟ ସ୍ଥାନ ପାଇ ଥିଲା । ଏହି ଶୋଭାଯାତ୍ରା ସ୍ଥାନୀୟ ଅଶୋକ ପଡିଆରୁ ପୂଜାର୍ଚ୍ଚନା ସହ ଏକତାର ମଶାଲ ପ୍ରଜ୍ୱଳିତ କରି ବାହାରି ସମଗ୍ର ନଗର ପରିକ୍ରମା କରିଥିବା ବେଳେ ବିଶେଷ କରି ବୋଡାସମ୍ବରର ପୁରାତନ ଝଙ୍କର ପରମ୍ପରା ମଧ୍ୟ ଏହି ଶୋଭାଯାତ୍ରାରେ ଦେଖିବାକୁ ମିଳିଛି । ପୁରାତନ ବୋଡାସମ୍ବର ଐତିହରେ ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ସମ୍ପ୍ରଦାୟର ଜଣେ ଜଣେ ଗ୍ରାମ୍ୟ ବା ପ୍ରାନ୍ତ ପୂଜକ ରହୁଥିଲେ ଯାହାଙ୍କୁ ଝଙ୍କର ନାମରେ ପରିଚୟ ଦିଆଯାଉଥିଲା । ତେବେ ସମୟ ସହ ଏହି ପରମ୍ପରା ହଜିବାକୁ ବସୁଥିବା ବେଳେ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ତରଫରୁ ଝଙ୍କାର ଦାୟିତ୍ୱରେ ଥିବା ବର୍ତ୍ତମାନ ପିଢ଼ିର ପ୍ରତିନିଧିଙ୍କୁ ମହୋତ୍ସବରେ ସମ୍ମାନିତ କରିବା ସହ ଶୋଭାଯାତ୍ରାରେ ସ୍ଥାନ ଦିଆଯିବା ଏକ ଉଚ୍ଚ କୋଟିର ପ୍ରୟାସ ବୋଲି ଚର୍ଚ୍ଚା ହେଉଥିବା ବେଳେ ପରମ୍ପରା ଓ ସାଂସ୍କୃତିକୁ ବଞ୍ଚାଇବା ପାଇଁ ହିଁ ମହୋତ୍ସବର ଆୟୋଜନ ବୋଲି କମିଟି ପକ୍ଷରୁ କହୁଯାଇଥିଲା । ତେବେ ଦୀର୍ଘ ୨୦ ଦିନ ଧରି ବାଣିଜ୍ୟ ମେଳା ମଧ୍ୟ ଅନୁଷ୍ଠିତ ହେଉଥିବା ବେଳେ ବିଭିନ୍ନ ପ୍ରକାରର ଘର କରଣା ସାମଗ୍ରୀ ସହ ବିଭିନ୍ନ ରାଜ୍ୟର ଖାଦ୍ୟ ସାମଗ୍ରୀ, ଦୈନନ୍ଦିନ ବ୍ୟବହାର ହେଉଥିବା ସାମଗ୍ରୀ, ବସ୍ତ୍ର, ଆଭୁଷଣ ପ୍ରଭୃତି ସାମଗ୍ରୀ ବିକ୍ରି ହେଉଛି । ଏହା ସହ ମୀନା ବଜାର ମଧ୍ୟ ମଜା ନେଉଛନ୍ତି ଲୋକେ ।