ଦୁଡୁପଳ ଠାରେ ନୂତନ ପେଟ୍ରୋଲ ଓ ଡିଜେଲ ପମ୍ପ ଶୁଭାରମ୍ଭ

ଭୋଗରାଇ, (ଶିବନାରାୟଣ ପାତ୍ର ) : ଭୋଗରାଇ ବ୍ଲକ ଦୁଡୁପଳ ଗ୍ରାମପଞ୍ଚାୟତ ସେହି ଗ୍ରାମ ଅନ୍ତର୍ଗତ ଉଲୁଡ଼ା କମର୍ଦ୍ଦା ମୁଖ୍ୟ ରାସ୍ତାର ପାର୍ଶ୍ୱରେ ଆଇଓସିଏଲ୍‌ ତୈଳ କମ୍ପାନୀ ପକ୍ଷରୁ ନୂତନ କରି ପେଟ୍ରୋଲ ଓ ଡିଜେଲ ପମ୍ପ ଯାହାର ନାମ ଅଭିନନ୍ଦନ ଫିଲିଙ୍ଗ ଷ୍ଟେସନ୍‌ କୃଷକ ସେବା କେନ୍ଦ୍ର ଗତ ସୋମବାର ସକାଳ ୧୦ଟାରେ ଶୁଭାରମ୍ଭ ହୋଇଯାଇଛି । ଏଥିରେ ଜିଲ୍ଲା ନାବାର୍ଡ଼ ଡିଡିଏମ୍‌ ତାପସ ରଞ୍‌ଞ୍ଜନ ପ୍ରଧାନ ଏବଂ ଦରିଦ୍ର ନାରାୟଣ କୃଷକ ଉତ୍ପାଦକ ସଂଗଠନର ସଭାପତି ବ୍ରଜଗୋପାଳ ଦାସ ଅଧିକାରୀ ମିଳିତ ଭାବେ ରିବନ ଫିତାକାଟି ଫିଲିଙ୍ଗ ଷ୍ଟେସନର ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି, ସମାଜସେବୀ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ହୋଇ ସହଯୋଗ କରିଥିଲେ । ଶେଷରେ ଫିିଲିଙ୍ଗ ଷ୍ଟେସନକୁ ଆସିଥିବା ବିଭିନ୍ନ ଗାଡ଼ି ଚାଳକ ଓ ଜନସାଧାରଣଙ୍କୁ ସଭାପତି ଶ୍ରୀ ଦାସ ଅଧିକାରୀ ମିଠା ବାଣ୍ଟି ସ୍ୱାଗତ କରିଥିଲେ ।

Leave A Reply

Your email address will not be published.