centurian jitm

ମୁରିବାହାଲ ବ୍ଲକର ୩ଟି ସ୍ଥାନରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

nschool

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ପତ୍ରାପାଲି(କ), ଗୁଡ଼ିଘାଟ ଓ ଲେବଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସରକାରଙ୍କ ବହୁ ପ୍ରତିକ୍ଷୀତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆଁ ଏକକ କାର୍ଡ ବିତରଣ ତଥା ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପତ୍ରାପାଲି(କ)ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବିଡ଼ିଓ ବାସନ୍ତୀ ସେଠୀଙ୍କ ଅଧ୍ୟକ୍ଷତାରେ ତଥା ବିପିଏମ ଡ ଗୋପାଳକୃଷ୍ଣ ଦୀପଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଯୋଜନାର ସୁଫଳ ସମସ୍ତଙ୍କ ନିକଟରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ କରି କେତେକଙ୍କୁ ଏହି କାର୍ଡ ବଣ୍ଟନ କରିଥିଲେ । ଏଥିରେ ସିଏଚସି ମେଡିକାଲ୍ ଇନଚାର୍ଜ ଡ ଥବୀର ମେହେର,ଡ ବବିତା ଦୋରା, ଅତିରିକ୍ତ ତହସିଲଦାର ଖଦାଳ ପାତ୍ର, ସିଡିପିଓ ପୂର୍ଣ୍ଣିମା ବୈଠାରୁ, ଲଖନା ସରପଞ୍ଚ ସଦାନନ୍ଦ ଦୀପ, ପତ୍ରାପାଲି(କ)ସରପଞ୍ଚ ସନ୍ତୋସିନି ଭୋଇ ,ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା,ଏଇଇ ଅବିନାଶ ମୁଦି, ପିଇଓ କମ୍ବୁଚରଣ ବାଗ, ଜିଆରଏସ ଡୋଳାମଣି ସାହୁଙ୍କ ସହ ଶତାଧିକ ହିତାଧିକାରୀ ଉପସ୍ଥିତ ଥିଲେ । ଗୁଡିଘାଟ ସିଏଚସିରେ ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟ ଅତିଥି,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ତହସିଲଦାର ଜଗଦୀଶ କର୍ତ୍ତାମୀ, ବିଧାୟକ ପ୍ରତିନିଧି ପୁରନ ବାଗ, ଗୁଡିଘାଟ ସରପଞ୍ଚ ରଶ୍ମିତା ବାଗ, ଡ ରାଜେଶ କୁମାର ଝାଙ୍କର, ପିଇଓ ପ୍ରକାଶ ପନିକା, ମିଳନ ରାଜପଲିଆ, ଗଣାଧିପ ପୋଡ଼ଙ୍କ ସମେତ ସରପଞ୍ଚ,ସମିତି ସଭ୍ୟ, ସମସ୍ତ ସ୍ଵାସ୍ଥ୍ୟ କର୍ମଚାରୀ ଓ ହିତାଧିକାରୀ ଉପସ୍ଥିତ ଥିଲେ । ସେହିପରି ଲେବଡା ସିଏଚସିରେ ଜିପିଡିଓ ଗଙ୍ଗାଧର ଛତରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି, ଲେବଡା ସରପଞ୍ଚ ଦମୟନ୍ତୀ ହାତୀ, ଡ ସତୀଶ ମେହେର, ପିଇଓ ସୁଧାଂଶୁ ଶେଖର ପଟ୍ଟନାୟକ, ଅର୍ଜୁନ ଛୁରାଙ୍କ ସମେତ ସମସ୍ତ ସ୍ଵାସ୍ଥ୍ୟ କର୍ମଚାରୀ,
ଆଶାକର୍ମୀ ଓ ଶତାଧିକ ହିତାଧିକାରୀ ଉପସ୍ଥିତ ଥିଲେ । ଏହି ସବୁ ତିନିଟି କାର୍ଯ୍ୟକ୍ରମଗୁଡ଼ିକରେ ଶତାଧିକ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.