centurian jitm

ମଦନପୁର ଠାରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଶୁଭାରମ୍ଭ

nschool
  • ମଦନପୁର ଠାରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଶୁଭାରମ୍ଭ

ମ.ରାମପୁର, (ପି କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ,ଗୋପବନ୍ଧୁ ଜନ ଆରୋଗ୍ୟ ଓ ବୟୋ ବନ୍ଦନା ଯୋଜନା ଶୁଭାରମ୍ଭ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା ମନ୍ଦାକିନି ସିଂଦେଓ, ସଂମାନିତ ଅତିଥି ଭାବେ ,ଅଲାତରା ସରପଞ୍ଚ ସସ୍ମିତା ନାଗ ,ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଞ୍ଚଳ ସାହୁ, ସାଂସଦ ପ୍ରତିନିଧି ପ୍ରତାପ ଚନ୍ଦ୍ର ରଣା, ସମାଜସେବୀ ବିକାଶ ରଞ୍ଜନ ସିଂଦେଓ , ବିପିସି ବିପିନ ବାରିକ, ସମିତି ସଭ୍ୟା ପଦ୍ମିନୀ ଭୋଇ, ଲକ୍ଷ୍ମୀ କୁମାର ଭବାନୀ ଶଙ୍କର ଭୋଇ, ସୁଦର୍ଶନ ପାଢ଼ୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ କୁନି ପଧାନ, ବନମାଳୀ ସିଂ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଜନାହିତକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ । ଏ.ବି.ଡି.ଓ. ଲକ୍ଷ୍ମଣ ପଧାନ ନୋଡ଼ାଲ ଅଫିସର ଥିବାବେଳେ, ମଦନପୁର ଡାକ୍ତର ଲୋକନାଥ ସାହୁଙ୍କ ତତ୍ୱବାଧାନ ଉକ୍ତ କାର୍ଯ୍ୟକ୍ରମରେ ଅଲାତରା, ମଦନପୁର, ଡି କାର୍ଲ୍ଲାଖୁଣ୍ଟା ଓ ଗୋଛାଡେଙ୍ଗେନ ୪ ଗୋଟି ଗ୍ରାମ ପଞ୍ଚାୟତ ସମସ୍ତ ପି.ଇ.ଓ, ସ୍ୱାସ୍ଥ୍ୟ କର୍ମଚାରୀ ,ଆଶା, ଏମ ବି କେ ,ସି.ଆର.ପି ମହିଳା ଗୋଷ୍ଟି, ୱାର୍ଡ ସଭ୍ୟ/ ସଭ୍ୟା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟିକୁ ଆଦର୍ଶ ବିଦ୍ୟାଳୟର ଅଧ୍ୟାପକ ରିପୁ ଦମନ ମିଶ୍ର ପରିଚାଳନା କରିଥିଲେ ।

Leave A Reply

Your email address will not be published.