କପିଲାଭଟା ପଞ୍ଚାୟତରେ ସଚେତନତା ପାଇଁ ବୁଲିଲା ସୁଭଦ୍ରା ରଥ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ସଚେତନତା ସୁଭଦ୍ରା ରଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିର କପିଲାଭଟା ସରପଞ୍ଚଙ୍କ ପ୍ରତିନିଧି ତେଜରାଜ ଭୋଇ, ନାଏବ ସରପଞ୍ଚ ଝସକେତନ ସାହୁ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ଜିଓ ଟେଗ ଶୁଭାକର ନାଗ, ଏମ୍ବିକେ ଭୁଜଙ୍ଗିନୀ ହଂସ ଯୋଗ ଦେଇଥିଲେ । ଯୋଗ୍ୟ ହିତାଧିକାରୀ ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ । ଏହି ରଥ କପିଲାଭଟା ପଂଚାୟତର ସମସ୍ତ ଗ୍ରାମକୁ ପରିଭ୍ରମଣ କରି ଲୋକଙ୍କୁ ସଚେତନତା କରିବ ବୋଲି କୁହାଯାଇଛି । ଏଥିରେ ସିଆରପି, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.