ବିକଶିତ ଗାଁ ବିକଶିତ ଓଡିଶା’ର ଶୁଭ ଉଦ୍‌ଘାଟନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜଙ୍କିଆରେ ଉପସ୍ଥିତି ରହି ଶୁଭାରମ୍ଭ କରିଥିବା ବେଳେ ଭବାନୀପାଟଣାଠାରେ ଏହି କାର୍ଯ୍ୟକ୍ରମର ସିଧାପ୍ରଶାରଣ କରାଯାଇଥିଲା । ଜନପ୍ରତିନିଧି, ଜିଲ୍ଲାପାଳ, ଉପଜିଲ୍ଲାପାଳ ସମେତ ବିଭିନ୍ନ ଅଧିକାରୀ ଏବଂ ମହିଳା ଓ ଜନ ସାଧାରଣ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ସ୍କ୍ରିନରେ ଦେଖିଥିଲେ । ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ୫ବର୍ଷ ମଧ୍ୟରେ ୫ ହଜାର କୋଟି ବ୍ୟୟ ବରାଦ କରାଯିବାପାଇଁ ଲକ୍ଷ୍ୟ ରଖାଯାଇଛି । ମୌଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗର ସୁଦୃଢ଼ୀକରଣ । ଶିକ୍ଷା ଓ କ୍ରୀଡା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକିକରଣ । କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ବିକାଶ ଆଦି ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ । ଗାଁର ବିକାଶରେ ରାଜ୍ୟର ବିକାଶ ଏବଂ ରାଜ୍ୟର ବିକାଶରେ ଦେଶର ବିକାଶ ସମ୍ଭବ ବୋଲି ଅତିଥୀମାନେ ମତବ୍ୟକ୍ତ କରିଥିଲେ । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ ବୋଲି ମଧ୍ୟ ପ୍ରକାଶ କରିଥିଲେ । ଜିଲ୍ଲା ମୁଖ୍ୟାଳୟ ସହିତ ସମସ୍ତ ବ୍ଲକ ମୁଖ୍ୟାଳୟରେ ମଧ୍ୟ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.