oom

ଧାତୁକ ନୂତନ ଗ୍ରା.ପ. କାର୍ଯ୍ୟାଳୟର ଶୁଭ ଉଦ୍‌ଘାଟନ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଧାତୁକ ନୂତନ ଗ୍ରା.ପ.କାର୍ଯ୍ୟାଳୟର ଆଜି ଶୁଭ ଉଦଘାଟନ ହୋଇଯାଇଛି । ପ୍ରଥମେ ବ୍ରାହ୍ମଣଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯିବା ସହ ପ୍ରତିଷ୍ଠା କରାଯାଇଥିଲା ଓ ଧାତୁକ ସରପଞ୍ଚ ଶ୍ରୀମତୀ ଇନ୍ଦ୍ରାବତୀ ଧରୁଆଙ୍କ ଶୁଭ କରକମଲରେ ସମିତି ସଭ୍ୟ ଶ୍ରୀମତୀ ବୈଦେହୀ ଭୋଇ, ୱାର୍ଡ ସଭ୍ୟ ସୁଜାତା ବାଗ, ଭଜ ବାଗ, ପଦ୍ମାବତୀ ସାହୁ, ଚୁଡାମଣି ବାଗ, ପଦ୍ମିନୀ ଭରାସାଗର, ନମିତା ଗିରନା, ଲଳିତା ଛତ୍ରୀଆ, ମାଳତୀ ଭୋଇ, ହାଡୁ ବାଗ, ହରିଗୁଣ କୁଅଁର, ଗୋକୁଳ କୁଅଁର ପ୍ରମୁଖଙ୍କ ଉପସ୍ଥିତିରେ ସରପଞ୍ଚ ଶ୍ରୀମତୀ ଧରୁଆ ଲାଲ ଫିତା କାଟି ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଗ୍ରା.ପ. ତଥା ଅଞ୍ଚଳବାସୀଙ୍କ ମିଳିତ ସହଯୋଗରେ ସମାପନ ହୋଇଥିବା ବେଳେ ଏହି ଗ୍ରାମ ପଞ୍ଚାୟତ ଗତ ପଞ୍ଚାୟତ ନିର୍ବାଚନ ସମୟରେ ନୂତନ ଭାବେ ମଞ୍ଜୁରୀ ପାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଯୋଗୀମୁଣ୍ଡା ସରପଞ୍ଚ ରାଜେନ୍ଦ୍ର ବେହେରା, ସମିତି ସଭ୍ୟ ମମତା ପ୍ରଧାନ, ଟେପରାମ ଭୋଇ, ଜତି ପଧାନ, ଗିରିରାଜ ଭୋଇ, ରୋହିତ ଭୁର୍ଣ୍ଣି, ତୁଳରାମ କୁଅଁର, ତୁଳସୀ ଠାକୁର, ନକୁଳ ସାହୁ, ମହାଦେବ ମେହେର, ଅଲେଖ ବାଗ, କପୁର୍ଚ୍ଚନ ଧରୁଆ, ସୁଶାନ୍ତ ଖର୍ସେଲ, ପୂର୍ଣ୍ଣ ଚନ୍ଦ୍ର ଗିରନା, ଶେଷଦେବ ସାହୁଙ୍କ ସହ ପଞ୍ଚାୟତର ଶତାଧିକ ଜନସାଧାରଣ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.