om academy

ଶୁଭେନ୍ଦୁ କୁମାର ସାହୁ ନୂତନ ଗଞ୍ଜାମ ଥାନା ଅଧିକାରୀ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଅବସ୍ଥାପିତ ଗଞ୍ଜାମ ସହର ଥାନାର ନୂତନ ଥାନା ଅଧିକାରୀ /ଆଇଆଇସି ଭାବେ ଶୁଭେନ୍ଦୁ କୁମାର ସାହୁ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିବା ସହ ତାଙ୍କ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ଏଥି ପୂର୍ବରୁ କମିଶନରେଟ ପୋଲିସ ଭୁବନେଶ୍ୱର ଓ କଟକରେ କାର୍ଯ୍ୟ କରୁଥିଲେ । ଗଞ୍ଜାମ ଥାନାର ଆଇଆଇସି ଦିଲ୍ଲୀପ କୁମାର ସାହୁଙ୍କ ଇତିମଧ୍ୟରେ ପଦୋନ୍ନତି ହୋଇ ଅନ୍ୟତ୍ର ବଦଳି ହୋଇଥିବା ଜଣାଯାଏ । ମହାମାରୀ କରୋନା ସମୟରେ ଲୋକଙ୍କୁ ସଚେତନତା ସହ ଆଇନ ଶୃଙ୍ଖଳା ପାଇଁ ପେଟ୍ରୋଲିଙ୍ଗ ଭଳି ପଦକ୍ଷେପକୁ ଅଧିକ କଡାକଡି କରିବାକୁ ପ୍ରାଥମିକତା ଦିଆଯିବ ବୋଲି ନୂତନ ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.