ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ଦ୍ୱିତୀୟ ସ୍ଥାନ ଅଧିକାର କଲା ବଲାଙ୍ଗିରର ଦୁଲ୍‌ଦୁଲି କଳାପରିଷଦ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର, (କେପଏନ୍‌ଏସ୍‌) : ପଡୋଶୀ ଛତିଶଗଡ ରାଜ୍ୟର ରାଜଧାନୀ ରାୟପୁର ଠାରେ ଛତିଶଗଡ କଲ୍‌ଚର ଆଣ୍ଡ ଆର୍‌କୋଲୋଜି ଡାଇରେକ୍ଟୋରେଟ୍‌ ପକ୍ଷରୁ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବ ଆୟୋଜିତ ହୋଇଥିବା ବେଳେ ଏହି ମହୋତ୍ସବରେ ଦେଶର ବିଭିନ୍ନ ରାଜ୍ୟରୁ ସମୁଦାୟ ୫୩ଟି ନୃତ୍ୟ ଦଳ ଅଂଶଗ୍ରହଣ କରିଥିଲେ । ତେବେ ଏଥିରେ ବଲାଙ୍ଗିରର ଦୁଲ୍‌ଦୁଲି କଳାପରିଷଦ ମଧ୍ୟ ଅଂଶଗ୍ରହଣ କରିବା ସହ ଘୁଡ୍‌କା ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଏଣୁ ଏହି ମହୋତ୍ସବର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୌରେନଙ୍କ ଉପସ୍ଥିତିରେ ଦୁଲଦୁଲି କଳାପରିଷଦକୁ ଟ୍ରଫି ମାନପତ୍ର ସହ ୩ ଲକ୍ଷ ଟଙ୍କାର ପୁରଷ୍କାର ରାଶି ପ୍ରଦାନ କରାଯାଇଛି । ଦୁଲ୍‌ଦୁଲି କଳାପରିଷଦ ଖାଲି ବଲାଙ୍ଗିର ଜିଲ୍ଲା ନୁହେଁ ରାଜ୍ୟ ପାଇଁ ମଧ୍ୟ ଗୌରବ ଆଣି ଦେଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.

error: Content is protected !!