ଯୁକ୍ତ ଦୁଇ କଳାରେ ସର୍ବୋଚ୍ଚ ନମ୍ବର ରଖିଥିବା ଭିନ୍ନକ୍ଷମ ଛାତ୍ରୀ ପ୍ରିୟମ୍ବଦାଙ୍କୁ ସାକ୍ଷାତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଲେ ପୌରାଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁକ୍ତ ଦୁଇ କଳାରେ ବଲାଙ୍ଗିର ସହରରେ ସର୍ବୋଚ୍ଚ ମାର୍କ ରଖିଥିବା ଭିନ୍ନକ୍ଷମ ଛାତ୍ରୀ ପ୍ରିୟମ୍ବଦା ପଧାନଙ୍କୁ ଗତକାଲି ସଂଧ୍ୟାରେ ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ତାଙ୍କ ବାସ ଭବନକୁ ଆସି ସାକ୍ଷାତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଛାତ୍ରୀ ପ୍ରିୟମ୍ବଦାଙ୍କ ନିଷ୍ଠା ପାଇଁ ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ପ୍ରଶଂସା କରିବା ସହ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ତାଙ୍କ କୃତିତ୍ୱ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସହ ବଲାଙ୍ଗିର ଛାତ୍ର ସମାଜ ପାଇଁ ଉଦାହରଣ ସାଜିଛି ବୋଲି ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ କହିଛନ୍ତି । ପୌରପରିଷଦ ପକ୍ଷରୁ ଯଥା ସମ୍ଭବ ପ୍ରିୟମ୍ବଦାଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.