oom

ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଆସନ୍ତା ୯ରୁ

jsmm
  • ୧୨ ତାରିଖରେ ଯୋଗ ଦେବେ ମହାମହିମ ରାଜ୍ୟପାଳ ଡ ଗଣେଶୀଲାଲ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୫ ସ୍ଥିତ ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲର ସୁବର୍ଣ୍ଣ ଓ ୧୦ମ ଆଞ୍ଚଳିକ ସ୍ୱାସ୍ଥ୍ୟ ସମ୍ମିଳନୀ ଆସନ୍ତା ୯ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ପରିସରରେ ପାଳିତ ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସୂଚନା ଅନୁଯାୟୀ ଏହି ୪ ଦିନିଆ କାର୍ଯ୍ୟକ୍ରମରେ ଶେଷ ଦିନ ମହାମହିମ ରାଜ୍ୟପାଳ ଡ. ଗଣେଶୀଲାଲ ଶ୍ରୀଅରବିନ୍ଦଙ୍କ ଆବକ୍ଷ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ସହ ଶିକ୍ଷାର ମୂଲ୍ୟବୋଧ ସଂପର୍କରେ ବକ୍ତବ୍ୟ ରଖିବେ । ସେହିପରି ବିଭିନ୍ନ ଦିନରେ ଶ୍ରୀଅରବିନ୍ଦଙ୍କ ଭାଷ୍ୟକାର ଆଲୋକ ପାଣ୍ଡେ, ସବିତା ମେମୋରିଆଲ ଗୃପ ଅଫ ଇନଷ୍ଟିଚ୍ୟୁଟ୍‌ର ପ୍ରଫେସର୍ ଯୋଗେଶ ମୋହନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଶକ୍ତିର ବିକାଶ ସହ ନୂତନ ଦିଗନ୍ତ ଦେବା ପାଇଁ ପ୍ରଚେଷ୍ଟା କରିବେ । ସେହିପରି ବିଭିନ୍ନ ଦିନରେ ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ଆର୍‌ଏସ୍‌ପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଭୁବନେଶ୍ୱର ଓୟୁଟିଆରର କୁଳପତି ପ୍ରଫେସର ବି ବି ବିଶ୍ବାଳ, ଆର୍‌ଏସ୍‌ପିର ନିର୍ବାହୀ ନିର୍ଦ୍ଦେଶକ ପିକେ ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗଦେବେ ବୋଲି ସାମ୍ବାଦିକଙ୍କୁ ସୂଚନା ଦିଆଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମର ସଭାପତି ଡଃ ଜ୍ୟୋସ୍ନା ପଟ୍ଟନାୟକ, ସଂପାଦକ ଡାକ୍ତର ପ୍ରଶାନ୍ତ ପାତ୍ର, ବିଦ୍ୟାଳୟର ଅଧ୍ୟକ୍ଷ ଗୋଦିବରୀଶ ପଢିଆରୀ, ଡଃ କିଶୋରୀ ଦାଶ, କ୍ଷୀତିଶ ଉଦଗାତା, ଭାଗିରଥି ପାଣିଗ୍ରାହୀ, ପ୍ରତିମା ମହାପାତ୍ର ଓ ହିମାଂଶୁ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନାଟକ, ଯୋଗାଭ୍ୟାସ ଆଦି କାର୍ଯ୍ୟକ୍ରମ କରାଯିବ ।

jittmm
Leave A Reply

Your email address will not be published.