om academy

ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଆଗାମୀ ୩୦ ଓ ୩୧ ଦୁଇଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌ ବାତିଲ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଆଗାମୀ ଜାନୁଆରୀ ୩୦ ଓ ୩୧ ତାରିଖ ଦିନ ଡାକରା ଦିଆଯାଇଥିବା ବ୍ୟାଙ୍କ ଷ୍ଟ୍ରାଇକ୍‌ ବାତିଲ ହୋଇଥିବା ସୂଚନା ମିଳିଛି । ତେବେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ରଖାଯାଇଥିବା ଦାବୀ ଗୁଡିକ ପୂରଣ ପାଇଁ ଶୀଘ୍ର ପଦକ୍ଷେପ ନିଆଯିବାକୁ ଆଜି ସନ୍ଧ୍ୟାରେ ସରକାରଙ୍କ ପକ୍ଷରୁ ସୂଚନା ଆସିବା ପରେ ଏହି ଷ୍ଟ୍ରାଇକ୍‌ ବାତିଲ ହୋଇଥିବା କୁହାଯାଇଛି । ସୂଚନାଯୋଗ୍ୟ ଯେ, ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ବଲାଙ୍ଗିର ଶାଖା ପକ୍ଷରୁ ଆଜି ଅପରାହ୍ଣରେ ସ୍ଥାନୀୟ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ ସମ୍ମୁଖରେ ଧର୍ମଘଟ ଆୟୋଜିତ କରାଯାଇଥିଲା । ଫୋରର୍ମ ପକ୍ଷରୁ ମଜୁରୀ ବୃଦ୍ଧି ନିର୍ଦ୍ଧାରଣ ପାଇଁ ଦାବୀ କରାଯାଉଥିବା ବେଳେ ଏହାକୁ ତୁରନ୍ତ ପୂରଣ କରିବା, ସପ୍ତାହରେ ୫ ଦିନିଆ ବ୍ୟାଙ୍କିଙ୍ଗ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଗ୍ରାହକ ସେବାକୁ ଉପଯୁକ୍ତ କରିବା ପାଇଁ ଆବଶ୍ୟକୀୟ ନିଯୁକ୍ତି ପ୍ରଦାନ କରିବା, ପୂରୁଣା ପେନ୍‌ସନ ବ୍ୟବସ୍ଥାକୁ ପୁଣି କାର୍ଯ୍ୟକାରୀ କରିବା ଭଳି ୫ ଦଫା ଦାବୀ ରହିଥିଲା । ଏହି ଧର୍ମଘଟରେ ଜିଲ୍ଲା ଆବାହକ ରୋହିତ କୁମାର ଶତପଥୀ, ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ଦାଶ, ପ୍ରଫୁଲ୍ଲ ଭଇଁଷା, ଶିବାନନ୍ଦ ଦାସ୍‌, ତାପସ ବହିଦାର, ସୁରେଶ ସେଠ୍‌, ଚାପଧାରୀ ମିଶ୍ର, ଶୁଭଶ୍ରୀ ସେଠ୍‌, ଚିନ୍ମୟୀ ବେହେରା, ଜିତେନ୍ଦ୍ର ବିଶ୍ୱାଲ, ଭାରତ ମିଶ୍ର, ଆଶୁତୋଷ ମିଶ୍ର, ଶ୍ରୀବତ୍ସ ମିଶ୍ର ପ୍ରମୁଖ ଧର୍ମଘଟରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.