jayashree

ସମଲେଶ୍ୱରୀ ମନ୍ଦିରର ସ୍ଥିତି ପରଖିଲେ ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାଣ ବର୍ଷା ଫଳରେ ବଲାଙ୍ଗିର ସମଲେଶ୍ୱରୀ ମନ୍ଦିର ଭିତରକୁ ବର୍ଷା ଜଳ ପଶି ଯାଇଥିବା ବେଳେ ନାହିଁ ନଥିବା ଅସୁବିଧା ଦେଖାଦେଇଥିଲା । ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଗତକାଲି ସଂଧ୍ୟାରେ ସମଲେଶ୍ୱରୀ ମନ୍ଦିର ପହଂଚି ସ୍ଥିତି ଦେଖିବା ସହ ମନ୍ଦିର କମିଟିକୁ ଏକ ପାଣି ପମ୍ପ ପ୍ରଦାନ କରିଥିବା ଦେଖିବାକୁ ମିଳିଛି । ଯେତେବେଳେ ବି ଏଭଳି ପରିସ୍ଥିତି ଉପୁଜୁଛି, ପାଣି ପମ୍ପ ପାଖରେ ଥିଲେ ତୁରନ୍ତ ଜଳ ନିଷ୍କାସନ ହୋଇ ପାରିବ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ସମଲେଶ୍ୱରୀ ମନ୍ଦିରର ନବୀକରଣ ପାଇଁ ଡିପିଆର୍‌ ପ୍ରସ୍ତୁତ ଚାଲିଛି, ମନ୍ଦିରର ନବୀକରଣ ହେଲେ ଆଉ ଏଭଳି ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି ।

Leave A Reply

Your email address will not be published.