ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ମୋ ଗ୍ରାମ ମୋ ବ୍ୟାଙ୍କ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ମୋ ଗ୍ରାମ ମୋ ବ୍ୟାଙ୍କ କାର୍ଯ୍ୟକ୍ରମ ବଣେଇ ବ୍ଲକର ବାବୁନୁଆଗାଁଠାରେ କୃଷକଙ୍କ ନିମନ୍ତେ କରାଯାଇଥିଲା । ଷ୍ଟେଟ ବ୍ୟାଙ୍କର ବଣେଇ ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଣେଇ ଓ ଗୁରୁଣ୍ଡିଆ ବ୍ଲକର କୃଷି, ଓଡିଶା ସରକାରଙ୍କ ଜୀବିକା ମିଶନର ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଥିଲେ । ଷ୍ଟେଟ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଅଜୟ କୁମାର ନାୟକ, ସ୍ଥାନୀୟ ସରପଞ୍ଚ ଉଗ୍ରେସନ କିଶାନ, ବ୍ୟାଙ୍କର ମୁଖ୍ୟ ପରିଚାଳକ (ଋଣ) ଜିତେନ୍ଦ୍ର ପ୍ରଧାନ, ବ୍ୟବସାୟ ସମୃଦ୍ଧି ଅଧିକାରୀ ଶଙ୍କର୍ଷଣ ପ୍ରଧାନ, ବଣେଇ ଶାଖାର ମୁଖ୍ୟ ପରିଚାଳକ କର ହିଆଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ସଚେତନତା ସହ ସେମାନଙ୍କ ସମସ୍ୟା ସମାଧାନ ଦିଗରେ ସହଯୋଗ କରିଥିଲେ । ଏହି ଅବସରରେ ପ୍ରାୟ ୧୫୦ ଚାଷୀ ଓ ୨୦୦ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ୨୦ଟି କିଷାନ କ୍ରେଡିଟ୍ କାର୍ଡ, ୧୫ଟି ନୂତନ ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରାୟ ୬୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ୬ ଜଣ ଜୈବିକ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମାଟ୍ରିକରେ ୯୦ ପ୍ରତିଶତରୁ ଅଧିକା ନମ୍ବର ରଖିଥିବା ୩ ଜଣ ଏବଂ ହକି ଓ କଡାକଡି ଖେଳାଳି ୨ ଜଣଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସାମାଜିକ ସୁରକ୍ଷା ଆଧାରିତ ଯୋଜନା ଗୁଡିକ ମଧ୍ୟରୁ ପିଏମ୍‌ଏସ୍‌ବିୱାଇ, ପିଏମଜେଜେବିୱାଇ,
ଏପିୱାଇ, ପିଏମ୍ଏଫବିୱାଇ ତଥା ସାଇବର ଅପରାଧ ସଂପର୍କରେ ସଚେତନ କରାଯାଇଥିଲା । କୃଷି ବିଭାଗର ପ୍ରତିନିଧିମାନେ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ବୁଝାଇଥିଲେ ।

Leave A Reply

Your email address will not be published.