କୋରାପୁଟ : ଦୀର୍ଘଦିନ କୋରାପୁଟ ଜିଲ୍ଲାର କୋଟିଆ ନାମକ ଗାଁକୁ ଆନ୍ଧ୍ର ସରକାର ନିଜ ଅକ୍ତିଆରରେ ନେବା ପାଇଁ ଚିନ୍ତା କରୁଥିବା ବେଳେ ଏଥିରେ ବିଚଳିତ ହୋଇପଡ଼ିଛନ୍ତି ଓଡ଼ିଶା ସରକାର । ସୁଚନା ଅନୁସାରେ ଚଳିତ ମାସ ୧୩ ଓ ୧୭ ତାରିଖରେ କୋଟିଆ ସୀମାନ୍ତ ଗାଁ ତଳଗଞ୍ଜେଇପଦର, ଫାଟୁସିନେରି ଓ ଫଗୁଣସିନେରିରେ ପଞ୍ଚାୟତ ନିର୍ବାଚନ କରିବେ ଆନ୍ଧ୍ର ସରକାର । ଓଡ଼ିଶା ସରକାର କୋଟିଆ ଅଚଂଳରେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ ମଧ୍ୟ ଏହା ସେମାନଙ୍କୁ ଆକୃଷ୍ଟ କରିପାରୁ ନାହିଁ । ତେଣୁ ଆଜି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କୋଟିଆର ଲୋକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀ ଦେଓମାଳି ଛକରୁ କୋଟିଆ ପୂର୍ତ୍ତ ବିଭାଗ ରାସ୍ତା, କୋଟିଆରେ ନିର୍ମାଣ ହୋଇଥିବା ୧୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ, କ୍ଲଷ୍ଟର ଗୃହ, ସ୍କୁଲ ଗୃହ, ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଆଦିକୁ ଉଦ୍ଘାଟନ କରିବେ ।
Prev Post