
ମୟୁରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ବଡ଼ସାହି ବ୍ଲକ କାର୍ଯ୍ୟାଳୟ ସ୍ଥିତ ସମିଳନୀ କକ୍ଷଠାରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କତୃପକ୍ଷ, ମୟୁରଭଞ୍ଜଙ୍କ ତଥା ବ୍ଲକ ପ୍ରଶାସନଙ୍କ ମିଳିତ ସହଯୋଗରେ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ ଶୀର୍ଷକ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବଡ଼ସାହି ଗୋଷ୍ଠୀ ଇନ୍ନୟନ ଅଧିକାରୀ ବନଜା ଦାସ, ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିପିଡିଓ ଅବିନାଶ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ବିଡ଼ିଓ ବିପର୍ଯ୍ୟୟ ପରିଚାଳନାରେ ବିପଦ ହ୍ରାସ ନିମନ୍ତେ ପ୍ରଥମ କରି ନୂତନ ଚିନ୍ତାଧାରା ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତଭୁକ୍ତିକରଣକୁ ପରିସରଭୁକ୍ତ କରାଯାଇଛି ବୋଲି ପ୍ରକାଶ କରିଥିଲେ । ଜରୁରୀକାଳୀନ କାର୍ଯ୍ୟାଳୟର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଯୋଗବନ୍ଧୁ ମହାନ୍ତି କର୍ମଶାଳାର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ପାୱାର ପ୍ରୋଜେକଟର ମାଧ୍ୟମରେ ସମସ୍ତ ଉପାଦେୟ ବିଷୟଗୁଡିକ ବୁଝାଇବା ସହିତ ଦଳଗତ ଆଲୋଚନା କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଡିପିଓ, ଗୋଷ୍ଠୀ ଶିକ୍ଷା/ ଅଗ୍ନିଶମ / ଗୋଷ୍ଠୀ ଭେଟିନାରୀ ବିଭାଗର ପ୍ରତିନିଧି, ମାର୍କେଟଟିଙ୍ଗ ଇନିସ୍ପେକଟର, ଜେଇ, ଆର ୱଏସଏସ, ବିପିସି, ବିପିଏମ, ଏପିସି, ଡବ୍ଲୁଇ ଓ , ଶାଳଗାଁ, ମାନଗୋବିନ୍ଦପୁର ପଂଚାୟତ ନିବାହିଁ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ ,ସହକାରୀ କୃଷି ଅଧିକାରୀ, ଉଦ୍ୟାନ ବିଭାଗର ଏଚ ଓ, ରାଜସ୍ୟ ନିରୀକ୍ଷକ, ବିଏସଏସଓ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ନୋଡାଲ ଏନଜିଓ “ସଂକଳ୍ପ”ର ସମ୍ପାଦକ ପ୍ରଦୀପ କୁମାର ଦାସମହାପାତ୍ର ଶାଳଗାଁ, ମାନଗୋବିନ୍ଦପୁର ପଂଚାୟତରେ କର୍ମଶାଳା ଓ ଦୁଇ ଦିନିଆ ଗୋଷ୍ଠୀ ସ୍ୱେଛାସେବୀ ମାନଙ୍କ ପାଇଁ ତାଲିମ ଆସନ୍ତା ଜୁନ ମାସରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ । ଶେଷରେ ଫୋର୍ଡ଼ର ସନ୍ତୋଷ କୁମାର ଖଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।